Breaking PLUSଓଡ଼ିଶାମୁଖ୍ୟ ଖବର

ଘରେ ଶୋଇଥିବା ବେଳେ ଏସିଡ୍‌ ମାଡ଼

ବାସୁଦେବପୁର: ଭଦ୍ରକ ଜିଲ୍ଲା ନାୟକଣିଡ଼ିହି ଥାନା ରାମଚନ୍ଦ୍ରପୁର ଗାଁରେ ଅଭାବନୀୟ ଘଟଣା।  ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ଉପରକୁ ଏସିଡ୍ ମାଡ ହୋଇଛି। ଯୁବକଙ୍କ ମୁହଁ ଆଖି ଓ ମୁଣ୍ଡ ପୋଡି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ବାସୁଦେବପୁର ଡ଼ାକ୍ତର ଖାନାରେ ଭର୍ତ୍ତି କରାଯାଇଛି। ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଅଧିକ ଚିକିତ୍ସା ପାଇଁ ଭଦ୍ରକ ପରେ କଟକ ବଡ ମେଡିକାଲକୁ  ପଠାଇ ଦିଆଯାଇଛି। ଯୁବକଙ୍କ ନାମ ଜଗବନ୍ଧୁ ପଳାଇ। ଜଗବନ୍ଧୁ ଜଣେ ଟେଣ୍ଟ ବ୍ୟବସାୟୀ। ଗାଁରେ ଅଷ୍ଟମ ପ୍ରହାରୀ ପ୍ରସାଦ ଖାଇ ଘରେ ଶୋଇ ଥିଲେ। ନୂଆ ଘର ତିଆରି ହେଉଥବାରୁ କବାଟ ଝରକା ଲାଗିନଥିଲା। ଝରକାରେ କପଡା ଲଗାଇ ଘରେ ରହୁଥିଲେ। ଘରେ ଶୋଇଥିବା ବେଳେ କେହି ଦୁର୍ବୁତ୍ତ ଝରକାର କପଡା ଟେକି ଜଗବନ୍ଧୁ ମୁହଁକୁ ଏସିଡ ପକାଇ ଫେରରା ହୋଇଥିଲେ। ପ୍ରଥମେ ତାଙ୍କୁ  ଗୁରୁତର ଅବସ୍ଥାରେ  ବାସୁଦେବପୁର ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ଭଦ୍ରକ ପରେ କଟକ ନିଆଯାଇଛି। ଅଭିଯୋଗ ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି।

Show More

Related Articles

Back to top button