Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ଜୟନ୍ତୀ ଯୋଗ ଦେବେନି ନବୀନ

ଭୁବନେଶ୍ୱର, 5 ମାର୍ଚ୍ଚ – ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ଜୟନ୍ତୀ ଯୋଗ ଦେବେନି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହ୍ୱାଟସଆପ୍ ମାଧ୍ୟମରେ ରାଜ୍ୟସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିମନ୍ତ୍ରଣକୁ ନିନ୍ଦା କରିଛି ବିଜେଡି। ମୁଖ୍ୟମନ୍ତ୍ରୀ ମୋହନ ମାଝି ଶପଥ ଗ୍ରହଣ କରିବା ବେଳେ ଯେମିତି ନବୀନ ପଟ୍ଟନାୟକ ଶପଥ ଗ୍ରହଣ ଉତ୍ସବରେ ପହଞ୍ଚି ଶୁଭେଛା ଜଣାଇଥିଲେ ସେଭଳି ସଂଖୁଳି ନେବାର ଥିଲା କିନ୍ତୁ ତାହା କଲେ ନାହିଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଯାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି କହିଛନ୍ତି ବିଜେଡି ନେତା ସଞ୍ଜୟ ଦାସ ବର୍ମା ।