Breaking PLUSଓଡ଼ିଶାମୁଖ୍ୟ ଖବର

ବିଧାନସଭାରେ ପାଳିତ ହେଲା ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ

ଭୁବନେଶ୍ୱର, 5 ମାର୍ଚ୍ଚ – ବିଧାନସଭାରେ ପାଳିତ ହୋଇଯାଇଛି ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ  । ଏହି କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢୀ , ମୁଖମନ୍ତ୍ରୀ ମୋହନ ମାଝୀ, ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ,  ପ୍ରଭାତୀ ପରିଡା,  ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଓ  ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ସାମିଲ ହୋଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,  ବିଜୁ ବାବୁ ଓଡ଼ିଶାର ବରପୁତ୍ର। ଆଧୁନିକ ଓଡ଼ିଶାର ନିର୍ମାତା। ଓଡ଼ିଶାକୁ ପୁନର୍ଗଠନ କରିବା ସହ ଶିଳ୍ପ କ୍ଷେତ୍ରକୁ ଅଗ୍ରାଧିକାର ଦେଇ ଆଗକୁ ନେଇଥିଲେ। ଓଡ଼ିଶା ପ୍ରତି ତାଙ୍କ ଦାନ ଅତୁଳନୀୟ। ସେ ଯେଉଁ ଆଧୁନିକ ଓଡ଼ିଶାର ସ୍ବପ୍ନ ଦେଖିଥିଲେ ତାଙ୍କ ସ୍ବପ୍ନ କୁ ସାକାର ପାଇଁ ଓଡ଼ିଶାକୁ ଆଗକୁ ନେବାକୁ ସରକାର ପଛାଇବେ ନାହିଁ।

Show More

Related Articles

Back to top button