Breaking PLUSଓଡ଼ିଶାମୁଖ୍ୟ ଖବର
ଗରମ ଓ ଗୁଳୁଗୁଳି ଯୋଗୁ 50ରୁ ଅଧିକ ଅସୁସ୍ଥ

ଭୁବନେଶ୍ୱର, 22 ଏପ୍ରିଲ – ଗରମ ଓ ଗୁଳୁଗୁଳି ଯୋଗୁଁ ଅସୁସ୍ଥ ହେଲେଣି 50ରୁ ଅଧିକ ଲୋକ । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଘରକୁ ପଠେଇ ଦିଆଯାଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ସବୁ ମେଡିକାଲକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି । ଅଂଶୁଘାତ ପାଇଁ ଜିଲ୍ଲା ସ୍ତରୀୟ ହସ୍ପିଟାଲରେ 6 ଟି, ସବଡ଼ିଭିଜନ ସ୍ତରୀୟ ମେଡିକାଲରେ 4 ଟି ସିଏଚସିରେ 2 ଟି ବେଡ୍ ପ୍ରସ୍ତୁତ ରଖାଯାଇଛି । ଜରୁରୀ କାମ ନ ଥିଲେ ଦିନ 10 ଟା ପରେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଅନ୍ୟପଟେ ଏ ପର୍ଯ୍ୟନ୍ତ ରାଜ୍ୟରେ ଗୋଟିଏ ଵି ଅଂଶୁଘାତ ଜନିତ ଘଟଣା ସାମ୍ନାକୁ ଆସିନଥିବା କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ ।