Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ଭାରତୀୟ ବାୟୁସେନାର ଯୁଦ୍ଧାଭ୍ୟାସ

ନୂଆଦିଲ୍ଲୀ : ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଭାରତ ଆକ୍ସନ ମୋଡକୁ ଆସିଯାଇଛି । ଲଗାତର ବୈଠକ ପରେ ବୈଠକ ଚାଲିଛି । ଗତକାଲି ସିନ୍ଧୁ ନଦୀ ଚୁକ୍ତି ବାତିଲ ସହ ଅନେକ ବଡ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଘୋଷଣା ହୋଇସାରିଛି । ତେବେ ଆଜି ଆକାଶରେ ଭାରତର ଲଢୁଆ ବିମାନ ଗର୍ଜିଛନ୍ତି । ବାୟୁସେନାର ରାଫେଲ୍ ଓ ସୁଖୋଇ ୩୦ ଯୁଦ୍ଧାଭ୍ୟାସ ଆରମ୍ଭ କରିଛନ୍ତି । ଭାରତୀୟ ବାୟୁସେନାର ସ୍ବତନ୍ତ୍ର ଯୁଦ୍ଧାଭ୍ୟାସ ‘ଆକ୍ରମଣ’ ଆରମ୍ଭ ହୋଇଯାଇଛି ।