Breaking PLUSଓଡ଼ିଶାମୁଖ୍ୟ ଖବର

ପୀତବାସ ପଣ୍ଡା ହତ୍ୟା ପାଇଁ ଡିଲ୍ ହୋଇଥିଲା୫୦ ଲକ୍ଷ ଟଙ୍କା- ଏସପି

ଭୁବନେଶ୍ୱର- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ସବୁ ରହସ୍ୟ ଉପରୁ ପରଦା ହଟାଇଛନ୍ତି ବ୍ରହ୍ମପୁର ଏସପି । ଆଜି ସାମ୍ବାଦିକ ସମ୍ମିଳନୀ କହି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଏସପି ଶ୍ରବଣା ବିବେକ ଏମ୍‌ । ପୀତବାସଙ୍କୁ ହତ୍ୟା କରିବା ପାଇଁ ସେପ୍ଟମ୍ବରରେ ଷଡଯନ୍ତ୍ର ହୋଇଥିଲା । ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସଙ୍କ ଠାରୁ ୫୦ଲକ୍ଷ ଆଣିବାର ବ୍ୟବସ୍ଥା ହୋଇଥିଲା । ଉମା ବିଷୋୟୀ ପାଖରେ ସବୁ ଡିଲ୍‌ ଟଙ୍କା ରହିଛି । ସେପ୍ଟେମ୍ବର ୧୦ରୁ ୧୪ ମଧ୍ୟରେ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଇଥିଲା ।

ଆଣ୍ଟି ସୋସିଆଲ ଉମା ବିଷୋୟୀ ବିହାରରୁ ୪ଜଣ ସୁଟରଙ୍କୁ ଡକାଯାଇଥିଲା । ଶୂନ୍ୟ ଚନ୍ଦ୍ର ଦାସଙ୍କ ଘରେ ଭଡାରେ ରହିଥିଲେ ବିହାରରୁ ଆସିଥିବା ସୁଟର। ମଳୟ ବିଷୋୟୀ ସେମାନଙ୍କୁ ଶୂନ୍ୟ ଚନ୍ଦ୍ର ଦାସଙ୍କ ଘରେ ରଖିଥିଲେ । ମେଡିକାଲ କାମରେ ଆସିଛନ୍ତି ବୋଲି ମଳୟ ବିଷୋୟୀ କହିଥିଲେ । ମାତ୍ର ଶୂନ୍ୟ ଚନ୍ଦ୍ର ଦାସ ବିହାରରୁ ଆସିଥିବା ଲୋକଙ୍କୁ ସନ୍ଦେହ କରିଥିଲେ । ମଳୟ ବିଷୋୟୀ କହିଥିବାରୁ ଶୂନ୍ୟ ଚନ୍ଦ୍ର ଦାସ କିଛି କହିପାରିନଥିଲେ । ଶୂନ୍ୟ ଚନ୍ଦ୍ର ଦାସଙ୍କର ଏହି ହତ୍ୟାକାଣ୍ଡରେ କୌଣସି ସଂପୃକ୍ତି ନାହିଁ । ମାତ୍ର ବିହାରରୁ ଆସିଥିବା ସୁଟର ପତ୍ନୀଙ୍କ ଦେହ ଖରାପ ପାଇଁ ଫେରି ଯାଇଥିଲେ । ସେପ୍ଟେମ୍ବର ୧୦ରୁ ୧୪ ମଧ୍ୟରେ ଷଡଯନ୍ତ୍ର କାର୍ଯ୍ୟକାରୀ ହୋଇପାରିନଥିଲା। ପୀତବାସଙ୍କ ଘର ପାଖରେ ଭଡାରେ ଥିଲେ ସୁଟର। ସବୁ ରେକି କରିବା ପରେ ଅକ୍ଟୋବର ୬ରେ କାର୍ଯ୍ୟକାରୀ କରିଥିଲେ ।

Show More

Related Articles

Back to top button