Breaking PLUSଦେଶମୁଖ୍ୟ ଖବର
ଧର୍ମେନ୍ଦ୍ରଙ୍କ ପରଲୋକ ଖବରକୁ ଖଣ୍ଡନ କଲେ ଝିଅ ଇଶା ଦେଓଲ

ନୂଆଦିଲ୍ଲୀ: ଧର୍ମେନ୍ଦ୍ରଙ୍କ ପରଲୋକ ଖବରକୁ ଖଣ୍ଡନ କରିଛନ୍ତି ଝିଅ ଇଶା ଦେଓଲ। ସେ କହିଛନ୍ତି ବାପାଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଛି। ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ପରିବାରର ଗୋପନୀୟତା ବଜାୟ ରଖିବାକୁ ଅପିଲ କରିଛନ୍ତି।
ଅସୁସ୍ଥ ଥିବା ବଲିଉଡର ବର୍ଷୀୟାନ ଅଭିନେତା ଧର୍ମେନ୍ଦ୍ର ପ୍ରାୟ ଏକ ସପ୍ତାହ ହେବ ମୁମ୍ବଇସ୍ଥିତ ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଚିକିତ୍ସିିତ ହେଉଛନ୍ତି। ତେବେ ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାପରେ ସୋମବାର ଧର୍ମେନ୍ଦ୍ରଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।


