Breaking PLUSଓଡ଼ିଶାମୁଖ୍ୟ ଖବର
ନୂଆପଡ଼ା ଉପନିର୍ବାଚନ; ୮୩.୪୫% ମତଦାନ

ଭୁବନେଶ୍ୱର- ନୂଆପଡ଼ା ଉପନିର୍ବାଚନ । ୮୩.୪୫% ମତଦାନ ହୋଇଛି । ଏନେଇ ECIଙ୍କ ପକ୍ଷରୁ ଜାରି ହେଲା ସୂଚନା । ଅନ୍ୟପଟେ ନୂଆପଡ଼ା ଉପନିର୍ବାଚନ ଭୋଟଦାନ ପରେ ନୂଆପଡ଼ା ନ୍ୟାସନାଲ କଲେଜ ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ତ୍ରିସ୍ତରୀୟ ସୁରକ୍ଷାରେ ରହିଛି ଇଭିଏମ୍ ।
ଆସନ୍ତା ୧୪ରେ ଭୋଟ ଗଣତି ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍.ଗୋପାଳନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଶାନ୍ତି ଶୃଙ୍ଖଳାରେ ନୂଆପଡ଼ା ଉପ-ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଛି। ମକ୍ ପୋଲ ସମୟରେ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ ହେବା ପରେ ୩ଟି ବାଲଟ୍ ୟୁନିଟ୍ ଏବଂ ତିନୋଟି କଣ୍ଟ୍ରୋଲ୍ ୟୁନିଟ୍ ତୁରନ୍ତ ବଦଳା ଯାଇଥିଲା।



