Breaking PLUSଓଡ଼ିଶାମୁଖ୍ୟ ଖବର
ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ହେଉ- ପ୍ରେମ ଆନନ୍ଦ

ଭୁବନେଶ୍ୱର- ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ବିବାଦ । ହ୍ୟୁମାନ ସାଗର ବହୁତ ସରଳ, ତାଙ୍କୁ ଇମୋସନାଲ୍ ଟ୍ରାପ୍ କରାଯାଉଥିଲା ବୋଲି ଅଭିଯୋଗ କରିଛନ୍ତି ପ୍ରେମ ଆନନ୍ଦ । ହ୍ୟୁମାନଙ୍କ ଶାରିରୀକ ଅସୁସ୍ଥତା ମୋତେ କଷ୍ଟ ଦେଉଥିଲା । ବାରମ୍ବାର ଝିଅକୁ ଦେଖା କରିବାକୁ ଚାହୁଁଥିଲେ ହ୍ୟୁମାନ । ଝିଅକୁ ଦେଖା କରିବାକୁ କିଏ ଅଟକାଉଥିଲା ପ୍ରଶ୍ନ କରିଛନ୍ତି ପ୍ରେମ । ହ୍ୟୁମାନଙ୍କ ମା’କୁ ଗାଳିଗୁଲଜ କରିବା ଠିକ୍ ନୁହେଁ । ଗୋଟିଏ ବୋଲି ପୁଅକୁ ହରାଇ ମାନସିକ ଭାରସାମ୍ୟ ହରାଇଛନ୍ତି ମାଆ । ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ କରାଗଲେ ସତ୍ୟାସତ୍ୟ ଜଣାପଡ଼ିବ । ସୋସିଆଲ ମିଡିଆ ଟ୍ରୋଲ୍କୁ ବହୁତ ଡରୁଥିଲେ ହ୍ୟୁମାନ ବୋଲି ସେ କହିଛନ୍ତି ।


