Breaking PLUSଦେଶମୁଖ୍ୟ ଖବର

ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ପିଏମ ମୋଦିଙ୍କ ସମ୍ବୋଧନ

ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ସବୁ ଦଳକୁ ଅଧିବେଶନରେ ସହଯୋଗ କରିବାକୁ ମୋଦୀ ନିବେଦନ କରିଛନ୍ତି । ଗୃହ କାର୍ଯ୍ୟରେ ବାଧା ନଦେବାକୁ ବିରୋଧୀଙ୍କୁ ଅପିଲ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ସଂସଦରେ ଡ୍ରାମା ନୁହେଁ ଡେଲିଭରି ଆବଶ୍ୟକ । ଡ୍ରାମା କରିବାକୁ ବହୁତ ସ୍ଥାନ ରହିଛି, ସେଠାରେ କର, ଏଠାରେ କର ନାହିଁ । ଯେଉଁଠାରେ ହାରିଛନ୍ତି ସେଠାରେ ଯାଇକି କରନ୍ତୁ ବୋଲି ମୋଦୀ ସିଧାସଳଖ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି । ଚଳିତ ଅଧିବେଶନରେ ୧୫ଟି କାର୍ଯ୍ୟ ଦିବସ ରହିଥିବା ବେଳେ ୧୪ଟି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଗତ ହୋଇପାରେ ।

Show More

Related Articles

Back to top button