Breaking PLUSଦେଶମୁଖ୍ୟ ଖବର

ଆସନ୍ତାକାଲି ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ପିଏମ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ ବନ୍ଦେ ମାତରମ୍ ର ୧୫୦ତମ ବାର୍ଷିକୀ ଉପରେ ବିତର୍କ କରିବେ । ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ମଙ୍ଗଳବାର ରାଜ୍ୟସଭାରେ ଆଲୋଚନା କରିବେ ।

ଆସନ୍ତାକାଲି ଲୋକସଭାରେ ଜାତୀୟ ଗୀତ ବନ୍ଦେ ମାତରମ୍ ର ୧୫୦ତମ ବାର୍ଷିକୀ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା ଓ ବିତର୍କ କରିବା ପାଇଁ ୧୦ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ପରେ ଏହି ପ୍ରସଙ୍ଗରେ ବକ୍ତବ୍ୟ ରଖିବେ । ବିରୋଧୀଦଳ ପକ୍ଷରୁ ଆଲୋଚନାରେ ଭାଗ ନେବା ପାଇଁ  ଉପନେତା ଗୌରବ ଗୋଗୋଇ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଚୟନ କରାଇଯାଇଛି । ନଭେମ୍ବର ୭  ତାରିଖରେ, ପ୍ରଧାନମନ୍ତ୍ରୀ ମୋଦୀ ବନ୍ଦେ ମାତରମ୍ ର 150ତମ ବର୍ଷ ପାଳନ କରିବା ପାଇଁ ବର୍ଷବ୍ୟାପୀ ଉତ୍ସବ ଆରମ୍ଭ କରିଥିଲେ, ଯାହାର ଉଦ୍ଦେଶ୍ୟ ଥିଲା ଯୁବପିଢ଼ି ଏବଂ ଛାତ୍ରମାନଙ୍କୁ ଗୀତର ଗୁରୁତ୍ୱ ବିଷୟରେ ଅଧିକ ସଚେତନ କରିବା ।

Show More

Related Articles

Back to top button