Breaking PLUSଓଡ଼ିଶାମୁଖ୍ୟ ଖବର
ମେଘନାଦ ପାଚେରୀରୁ ପାଣି ଗଳୁ ଥିବାରୁ ASIକୁ ଚିଠି

ପୁରୀ- ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପାଣି ଗଳୁ ଥିବାରୁ ASIକୁ ଚିଠି । ତୁରନ୍ତ ମରାମତି ପାଇଁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକସମ୍ମତ ଅନୁଧ୍ୟାନ ସହ ସ୍ଥାୟୀ ମରାମତି ବ୍ୟବସ୍ଥା ପାଇଁ ଲେଖିଲେ । ଗତ ବର୍ଷ ମଧ୍ୟ ପାଣି ଗଳୁ ଥିବାରୁ ମରାମତି ହୋଇଥିଲା । ସ୍ଥାୟୀ ମରାମତି ପାଇଁ ସେତେବେଳେ ବି କୁହାଯାଇଥିଲା । ଏସବୁ ସତ୍ତ୍ବେ ପୁଣି ମେଘନାଦ ପାଚେରୀରୁ ପାଣି ଗଳିବା ଚିନ୍ତାଜନକ । ତେଣୁ ପାଣି ଗଳିବାର ମୂଳ କାରଣ ଖୋଜି ଏହାର ମରାମତି କରାଯାଉ ।ଏଥିସହ ତ୍ବରିତ କ୍ଷତି ଏଡ଼ାଇବାକୁ ଅସ୍ଥାୟୀ ମରାମତି କରାଯାଉ ।



