
ବୁଧବାର ବଜେଟ୍ ଅଧିବେଶନରେ ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ଏବଂ ନାରାବାଜିରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ମୁଲତବୀ ରହିଛି। ପ୍ରଥମେ ୧୧ଟା ୩୦ ରୁ ଗୃହକାର୍ଯ୍ୟ ମୁଲତବୀ ହୋଇଥିଲା।ବାଚସ୍ପତି ସୁରମା ପାଢୀ ପୁନର୍ବାର ଆରମ୍ଭ କରାଯାଇଥିବା ଗୃହକାର୍ଯ୍ୟକୁ ବିରୋଧୀଙ୍କ ହଟ୍ଟଗୋଳ ଏବଂ ହଙ୍ଗାମା ଦ୍ୱାରା ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।
ଘଟଣାର ପ୍ରସଙ୍ଗ ହେଲା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ୍ ସମ୍ପର୍କିତ ମାମଲା। ବିରୋଧୀ ଏହାକୁ ନେଇ ଗୃହ ମଧ୍ୟଭାଗରେ ନାରାବାଜି କରିଥିଲେ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ।



