Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଆହୁରି ଦୁଇ ଦିନ ଲାଗିରହିବ ବର୍ଷା

ଭୁବନେଶ୍ୱର- ରାଜ୍ୟରେ ଆହୁରି ଦୁଇ ଦିନ ଲାଗିରହିବ ବର୍ଷା। ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହେବ। ଆନ୍ଧ୍ର ଉପକୂଳ ଓ ପାଶ୍ୱବର୍ତ୍ତୀ ୟାନମ ଉପରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ସ୍ଥାନେ ସ୍ଥାନେ ବଜ୍ରପାତ ସହ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି କିଛି ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା ରହିଛି।

ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ପବନ ନେଇ ଆଜି ଦୁଇ ଜିଲ୍ଲା- ମୟୁରଭଞ୍ଜ ଓ ବାଲେଶ୍ବରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏସବୁ ଜିଲ୍ଲାର କିଛି ସ୍ଥାନରେ କୁଆପଥର ବର୍ଷା ସହ ଘଣ୍ଟାପ୍ରତି ୩୦-୪୦ ଓ ଆଉ କିଛି ସ୍ଥାନରେ ୪୦-୫୦ କିଲୋମିଟର ବେଗରେ ପବନ ବହିପାରେ।

ସେହିପରି ୪ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ସତର୍କତା।  ଆଜି ପାଇଁ କେନ୍ଦୁଝର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button