Breaking PLUSଆଇନ କାନୁନଓଡ଼ିଶାମୁଖ୍ୟ ଖବରରାଜନୀତି

ଜୟଦେବ ଜେନାଙ୍କୁ ହତ୍ୟା ଧମକ: ୨ ଗିରଫ

ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ଓ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ମିଳିଥିବା ହତ୍ୟା ଧମକ ମାମଲାରେ ପୁଲିସ୍‌ ବଡ଼ ସଫଳତା ପାଇଛି।

କେନ୍ଦୁଝର ଜିଲ୍ଲାର ନନ୍ଦିପଦା ପୁଲିସ୍‌ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଯାଜପୁର ରୋଡ୍‌ ନୂଆଗାଁର ହରମୋହନ ବାରିକ (୨୭) ଓ ରାକେଶ ନଟିଆ (୨୯)। ଗତକାଲି ରାତିରେ ଯାଜପୁର ଜିଲ୍ଲା ମଙ୍ଗଳପୁର ପଞ୍ଚାୟତ ନୂଆଗାଁରୁ ସେମାନଙ୍କୁ ଧରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ମାର୍ଚ୍ଚ ୯ ତାରିଖରେ କେହି ଅଜଣା ବ୍ୟକ୍ତି ଫୋନ୍‌ ମାଧ୍ୟମରେ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଦେଇଥିଲେ। ଏହା ପରେ ସେ ନନ୍ଦିପଦା ଥାନାରେ ଅଭିଯୋଗ କରିଥିବା ସହିତ ନିଜ ସୁରକ୍ଷା ଦାବି କରିଥିଲେ। ସେଥିସହ ମୁଖ୍ୟମନ୍ତ୍ରୀ, ପୁଲିସ୍‌ ଡିଜି ଓ କେନ୍ଦୁଝର ଏସପିଙ୍କୁ ମଧ୍ୟ ଏହି ବିଷୟରେ ଅବଗତ କରାଇଥିଲେ।

ଘଟଣାକୁ ଗୁରୁତର ଭାବେ ନେଇ କେନ୍ଦୁଝର ଏସପିଙ୍କ ନିର୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତରେ ପ୍ରମାଣ ମିଳିବା ପରେ ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥା କଠୋର କରାଯାଇଥିବା ସୂଚନା ମିଳିଛି।

Show More

Related Articles

Back to top button