Breaking PLUSଓଡ଼ିଶାମୁଖ୍ୟ ଖବର

ସରକାରୀ ମେଡିକାଲରେ 4107 ମେଡିକାଲ ଅଫିସର ପଦବୀ ଖାଲି

ଭୁବନେଶ୍ୱର, 24 ମାର୍ଚ୍ଚ –  ସରକାରୀ ମେଡିକାଲରେ ହଜାର ହଜାର ପଦବୀ ଖାଲି ପଡିଛି ।  4107 ମେଡିକାଲ ଅଫିସର ପଦବୀ ଖାଲି ପଡିଛି । 15 ହଜାର 793 ମେଡିକାଲ ଅଫିସର ଥିବା ବେଳେ 11 ହଜାର 186 ମେଡିକାଲ ଅଫିସର ଅଛନ୍ତି । ସେହିଭଳି 18 ହଜାର 945 ନର୍ସିଙ୍ଗ ଅଫିସର, 2644 ଫର୍ମାସୀ ଅଫିସର, 1283 ଲାଇବ୍ରେରୀ ଟେକନିସିଆନ, 602 ରେଡ଼ିଓ ଗ୍ରାଫର, 438 ଓଫଥାଲମିକ ଅଫିସର ଖାଲି ପଡିଛି ।

ଅନ୍ୟପଟେ ନୂଆ ସରକାର ଆସିବା ପରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ୧୦୮ ଜଣ ସହକାରୀ ପ୍ରଫେସରଙ୍କୁ, ୫ ଜଣ ଏଲୋପାଥ୍‌କ ଡାକ୍ତରଙ୍କୁ, ୮୫ ଜଣ ହୋମିଓପାଥ୍‌କ ଡାକ୍ତରଙ୍କୁ ଏବଂ ୧୧୫ ଜଣ ଆୟୁଷ (ଆୟୁର୍ବେଦ) ଡାକ୍ତରଙ୍କୁ ଓଡିଶା ଲୋକ ସେବା ଆୟୋଗଙ୍କ ମାଧ୍ୟମରେ ଚୟନ କରାଯାଇ ନିଯୁକ୍ତି ପ୍ରଦାନ କରାଯାଇଅଛି । ସେହିପରି ୧୧୭ ଜଣ ନର୍ସିଂ ଅଫିସର, ୨୩୯ ଜଣ ରେଡିଓଗ୍ରାଫର, ୨୦୩ ଜଣ ଫର୍ମାସୀ ଅଫିସର, ୨୭୫୩ ଏମପିଏଚଡବ୍ଲୁ(ମହିଳା) ଓ ୬୮୬ ଏମପିଏଚଡବ୍ଲୁ (ପୁରୁଷ)ଙ୍କୁ ଏହି ସମୟ ମଧ୍ୟରେ ନିଯୁକ୍ତି ଦିଆଯାଇଅଛି । ଏନେଇ ଗୃହରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଉତ୍ତର ରଖିଛନ୍ତି ।

Show More

Related Articles

Back to top button