Breaking PLUSଓଡ଼ିଶାମୁଖ୍ୟ ଖବର
ବିମାନ ବନ୍ଦରରୁ ୬ କେଜି ଗଞ୍ଜେଇ ଜବତ

ଭୁବନେଶ୍ୱର- ଆମ୍ବସଢା ଆଳରେ ଗଞ୍ଜେଇ ଚାଲାଣ । ବ୍ୟାଙ୍କକ୍ରୁ ଭୁବନେଶ୍ୱର ଚାଲାଣ ବେଳେ ଭୁବନେଶ୍ବର ବିମାନବନ୍ଦରରୁ ଦୁଇ ଅଭିଯୁକ୍ତଙ୍କ ନିକଟରୁ ୬ କୋଟିର ମାରିଜୁଆନା ଜବତ ହୋଇଥିବା ସୂଚନା ମିଳିଛି। ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ଏୟାରପୋର୍ଟରୁ ଜବତ କରିବା ସହ ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି। ଦୁଇ ଅଭିଯୁକ୍ତ ତାମିଲ ବୋଲି ଜଣାପଡ଼ିଛି । ଜବତ ଗଞ୍ଜେଇର ଓଜନ ପ୍ରାୟ ୬ କିଲୋ ହୋଇଥିବାବେଳେ ଏହାର ବଜାର ମୂଲ୍ୟ ୬ କୋଟିରୁ ଅଧିକ ହେବ ।



