Breaking PLUSଦେଶମୁଖ୍ୟ ଖବର
ପୁଣି କମିଲା ସୁନା ଦର

ନୂଆଦିଲ୍ଲୀ, 24 ମାର୍ଚ୍ଚ- ମଧ୍ୟପ୍ରାଚ୍ୟ ଯୁଦ୍ଧର ଘନାଘଟା ମଧ୍ୟରେ ଆଜି ପୁଣି ଖସିଛି ସୁନା ଦର। ଲଗାତାର ତଳମୁହାଁ ହୋଇଛି ସୁନାଦର। ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା ୨ ହଜାର ୯୪୦ ଟଙ୍କା ଖସିଥିବାବେଳେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା କମିଛି ୨୭୦୦ ଟଙ୍କା। ଏବେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି ଦର ରହିଛି ୧ ଲକ୍ଷ ୨୮ ହଜାର ୬୫୦ ଟଙ୍କା। ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି ୧ଲକ୍ଷ ୪୦ ହଜାର ୩୫୦ ଟଙ୍କା ରହିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ରେ ଡଲାର ମହଙ୍ଗା ହେବା କାରଣରୁ ନିବେଶକମାନେ ଏବେ ସୁନା ବଦଳରେ ଡଲାରରେ ନିବେଶ କରୁଛନ୍ତି।



