Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
କେନ୍ଦୁଝର ବିଜେଡିକୁ ଶକ୍ତ ଝଟ୍କା; ଇସ୍ତଫା ଦେଲେ ୯ କାଉନ୍ସିଲର୍

ଭୁବନେଶ୍ୱର, 29 ମାର୍ଚ୍ଚ- କେନ୍ଦୁଝର ବିଜେଡିକୁ ଶକ୍ତ ଝଟ୍କା । ଇସ୍ତଫା ଦେଇଛନ୍ତି ୯ କାଉନ୍ସିଲର୍ । ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି ।
ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସଙ୍କ ସମେତ ୯ ଜଣ ବିଜେଡିର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି ।୨ ସାଧାରଣ ସମ୍ପାଦକ ମଧ୍ୟ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଏନେଇ ସେମାନେ ବିଜେଡି ସୁପ୍ରିମୋଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି ।



