Breaking PLUSଓଡ଼ିଶାମୁଖ୍ୟ ଖବର
ଭୁବନେଶ୍ୱରରେ ନାବାଳିକାକୁ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର, 29 ମାର୍ଚ୍ଚ : ଭୁବନେଶ୍ୱରରେ ଚାଞ୍ଚଲ୍ୟ । ନାବାଳିକାକୁ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ହୋଇଛି । ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାରରେ ଅମାନବୀୟ ଘଟଣା ଘଟିଛି । ଘରେ କାମ କରାଇବା ସହ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି । ନାବାଳିକାକୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କଲେ ଶିଶୁ ସୁରକ୍ଷାକର୍ମୀ । ଅଭିଯୁକ୍ତ ଘର ମାଲିକକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।



