Breaking PLUSଦେଶ ବିଦେଶମୁଖ୍ୟ ଖବର

ପେଟ୍ରୋଲ ପମ୍ପରେ ମିଳିବ କିରୋସିନ

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଯୁଦ୍ଧ ଉତ୍ତେଜନା ଏବଂ ହର୍ମୁଜ୍ ପ୍ରଣାଳୀ ଅଞ୍ଚଳରେ ଅନିଶ୍ଚିତତା ମଧ୍ୟରେ ଦେଶରେ ଗ୍ୟାସ୍ ସିଲିଣ୍ଡର ଅଭାବ ଦେଖାଦେବାକୁ ଲାଗିଛି। ଏହି ପରିସ୍ଥିତିକୁ ମନେରଖି କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇ କିରୋସିନ ବିକ୍ରୟ ଉପରେ ଥିବା ପ୍ରତିବନ୍ଧକୁ ହଟାଇଛନ୍ତି ଏବଂ ୬୦ ଦିନ ପାଇଁ ଏହାର ବିକ୍ରୟ ଅନୁମତି ଦେଇଛନ୍ତି।

ଏବେ ପେଟ୍ରୋଲ ପମ୍ପ ଏବଂ ରାସନ ଦୋକାନରେ କିରୋସିନ ବିକ୍ରି ହେବ। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ମାଧ୍ୟମରେ ଆଡ୍-ହକ୍ ଭିତ୍ତିରେ କିରୋସିନ ଯୋଗାଣ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଫଳରେ ଖୁବ୍ ଶୀଘ୍ର ସାରା ଦେଶରେ କିରୋସିନ ଉପଲବ୍ଧ ହେବ।

ବିଶେଷକରି ଗ୍ରାମାଞ୍ଚଳରେ ଘରେଘରେ କିରୋସିନ ପହଞ୍ଚାଇବାକୁ ବ୍ୟବସ୍ଥା କରାଯିବ। ଇନ୍ଧନ ସଙ୍କଟକୁ ଦୂର କରିବା ଓ ଲୋକମାନଙ୍କୁ ରାହତ ଦେବା ପାଇଁ ସରକାରଙ୍କ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି।

Show More

Related Articles

Back to top button