Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ସୁସ୍ଥ ହୋଇ ଘରକୁ ଫେରିଲେ ସୋନିଆ ଗାନ୍ଧୀ

ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ବେଳେ ତାଙ୍କୁ ଆଜି ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ବରିଷ୍ଠ ଡାକ୍ତରୀ ଟିମ୍‌ର ଅନୁମୋଦନ ପରେ ସେ ଘରକୁ ଫେରିଛନ୍ତି।

ସୂଚନା ଅନୁସାରେ, ଜ୍ୱର ଓ ଶରୀରୀକ ସଂକ୍ରମଣ ହେତୁ ତାଙ୍କୁ ମାର୍ଚ୍ଚ ୨୪ ରାତିରେ ସର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ବରିଷ୍ଠ ଡାକ୍ତରମାନଙ୍କ ତତ୍ତ୍ୱାବଧାନରେ ତାଙ୍କ ଚିକିତ୍ସା ଚାଲିଥିଲା।

ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ଅଜୟ ସ୍ୱରୂପଙ୍କ କହିବାନୁଯାୟୀ, ସଂକ୍ରମଣ ନିୟନ୍ତ୍ରଣ ପାଇଁ ତାଙ୍କୁ ଆଣ୍ଟିବାୟୋଟିକ୍ ଦିଆଯାଇଥିଲା। ଡାକ୍ତର ଡି.ଏସ୍. ରାଣା, ଡାକ୍ତର ଏସ୍. ନନ୍ଦୀ ଓ ଡାକ୍ତର ଅରୂପ ବସୁଙ୍କ ଦଳ ତାଙ୍କ ଚିକିତ୍ସା କରୁଥିଲେ। ଚିକିତ୍ସା ସମୟରେ ସୋନିଆ ଗାନ୍ଧୀ ଭଲ ପ୍ରତିକ୍ରିୟା ଦେଇଥିବା ସହ ତାଙ୍କ ସ୍ୱାସ୍ଥ୍ୟରେ କ୍ରମାଗତ ଉନ୍ନତି ହୋଇଥିଲା। ଡିସଚାର୍ଜ ପରେ ମଧ୍ୟ ତାଙ୍କର ନିୟମିତ ଫଲୋଅପ୍ ଓ ସ୍ୱାସ୍ଥ୍ୟ ପରୀକ୍ଷା ଜାରି ରହିବ।

Show More

Related Articles

Back to top button