Breaking PLUSଦେଶମୁଖ୍ୟ ଖବର

ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ

ଆଜିଠାରୁ ନୂଆ ଆର୍ଥିକ ବର୍ଷ ୨୦୨୬-୨୭ ଆରମ୍ଭ ହୋଇଥିବା ସହ ସାରା ଦେଶରେ ନୂଆ ଆୟକର ଆଇନ କାର୍ଯ୍ୟକାରୀ ହୋଇଛି। ଏହା ୬ ଦଶକ ପୁରୁଣା ପ୍ରତ୍ୟକ୍ଷ କର ବ୍ୟବସ୍ଥାକୁ ପରିବର୍ତ୍ତନ କରି ଟିକସ ବ୍ୟବସ୍ଥାକୁ ସରଳ ଓ ସ୍ପଷ୍ଟ କରିବାକୁ ଲକ୍ଷ୍ୟ ରଖିଛି।

ନୂଆ ବ୍ୟବସ୍ଥାରେ “ଆର୍ଥିକ ବର୍ଷ” ଓ “ଆସେସ୍ମେଣ୍ଟ ବର୍ଷ” ପରିବର୍ତ୍ତେ “ଟିକସ ବର୍ଷ” ଧାରଣା ଆରମ୍ଭ ହୋଇଛି। ଆୟକର ରିଟର୍ଣ୍ଣ ଫାଇଲିଂ ପ୍ରକ୍ରିୟାକୁ ସରଳ କରିବା ପାଇଁ ଶବ୍ଦ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆଣାଯାଇଛି। ବେତନଭୋଗୀଙ୍କ ପାଇଁ ଜୁଲାଇ ୩୧ ଓ ଅଡିଟ୍ ଆବଶ୍ୟକ ନଥିବା ସ୍ୱରୋଜଗାରୀଙ୍କ ପାଇଁ ଅଗଷ୍ଟ ୩୧ ଅବଧି ରହିଛି।

ଫ୍ୟୁଚର ଓ ଅପ୍ସନ ଟ୍ରେଡିଂରେ ପ୍ରତିଭୂତି ବିନିମୟ କର (STT) ବୃଦ୍ଧି ପାଇଁ ଏହା ଆହୁରି ମହଙ୍ଗା ହେବ। ଘରଭଡା ଭତ୍ତା (HRA) ନିୟମକୁ ମଧ୍ୟ କଡାକଡି କରାଯାଇଛି, ଯାହାଫଳରେ ଘର ମାଲିକଙ୍କ PAN ସହିତ ସମ୍ପୂର୍ଣ୍ଣ ତଥ୍ୟ ଦେବା ଆବଶ୍ୟକ ହେବ। ଏହାସହ ଏପ୍ରିଲ ୧ରୁ ବ୍ୟାଙ୍କିଂ ଓ ଡିଜିଟାଲ୍ ଲେନଦେନ ସମ୍ପର୍କିତ ନୂତନ ନିୟମମାନେ ମଧ୍ୟ ଲାଗୁ ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟମ ଅନୁଯାୟୀ ସମସ୍ତ ଡିଜିଟାଲ୍ ପେମେଣ୍ଟ ପାଇଁ ଦୁଇ-ସ୍ତରୀୟ ପ୍ରମାଣୀକରଣ (2FA) ଅନିବାର୍ଯ୍ୟ ହେବ।

ସେହିପରି RuPay ପ୍ଲାଟିନମ୍ ଡେବିଟ୍ କାର୍ଡ ଧାରକମାନେ ଏବେ ମାଗଣାରେ ବିମାନବନ୍ଦର ଓ ରେଳ ଷ୍ଟେସନ ଲାଉଞ୍ଜ ସୁବିଧା ପାଇପାରିବେ ନାହିଁ।HDFC Bank, Punjab National BankBandhan Bank ସହ ଅନେକ ବ୍ୟାଙ୍କ ATM ନଗଦ ଉଠାଣ ନୀତି, ଫି ଓ ସୀମାରେ ପରିବର୍ତ୍ତନ କରିଛନ୍ତି।

Show More

Related Articles

Back to top button