ମୁଖ୍ୟ ଖବର

ଲିଙ୍ଗରାଜ ମନ୍ଦିରରେ ସେବାୟତ ହାତାହାତି, ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ

ଭୁବନେଶ୍ୱର: ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ପୁଣିଥରେ ନୀତିକାନ୍ତି ବନ୍ଦ ହୋଇଥିବା ଖବର ମିଳିଛି। ଆଜି ସକାଳ ୯ଟା ପରଠାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦୈନନ୍ଦିନ ନୀତି ବନ୍ଦ ରହିଛି, ଯାହା ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ମନ୍ଦିରର ଗର୍ଭଗୃହରେ ରୂପା ଘୋଡ଼ଣୀକୁ ନେଇ ବଡୁ ନିଯୋଗ ଓ ସୁଆର ନିଯୋଗ ମଧ୍ୟରେ ବିବାଦ ଉପୁଜିଥିଲା। ପ୍ରଥମେ କଥାକଟାକଟି ହୋଇଥିବା ବେଳେ ପରେ ଏହା ମାରପିଟ ପର୍ଯ୍ୟନ୍ତ ପହଞ୍ଚିଥିଲା ବୋଲି ଜଣାପଡିଛି।

ଏହି ଘଟଣା ପରେ ଉଭୟ ସେବାୟତ ଗୋଷ୍ଠୀ ମନ୍ଦିର ପ୍ରଶାସନଙ୍କୁ ଅଭିଯୋଗ କରିଛନ୍ତି। ସେଥିସହିତ ଥାନାରେ ମୌଖିକ ଭାବେ ମଧ୍ୟ ଅଭିଯୋଗ ଦାଖଲ କରାଯାଇଛି।

ବିବାଦ ଯୋଗୁଁ ସକାଳୁ ଆରମ୍ଭ ହୋଇଥିବା ନୀତିକାନ୍ତି ଏପର୍ଯ୍ୟନ୍ତ ବନ୍ଦ ରହିଛି, ଯାହା ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁମାନଙ୍କୁ ଅସୁବିଧାରେ ପକାଇଛି। ଏହି ଘଟଣା ପରେ ମନ୍ଦିରରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ସୂଚନା ମିଳିଛି।

 

 

Show More

Related Articles

Back to top button