Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ବିଜେଡି ସୁପ୍ରିମୋ ନବୀନଙ୍କୁ ଭେଟିଲେ ଯାଜପୁର ବିଜେଡି ନେତା

ଭୁବନେଶ୍ୱର, 7 ଏପ୍ରିଲ- ବିଜେଡି ସୁପ୍ରିମୋ ନବୀନଙ୍କୁ ଭେଟିଛନ୍ତି ଯାଜପୁର ବିଜେଡି ନେତା । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଘରେ ବୈଠକ ପରେ ନବୀନ ନିବାସରେ ଭେଟିଛନ୍ତି ନେତା ।
ବିଜେଡି ନେତାଙ୍କ ବୈଠକ ପରେ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଆଗକୁ ଜିଲ୍ଲା ସ୍ତରରେ ବୈଠକ ହେବ । ଯାଜପୁରରେ ଛାତ୍ର, ଯୁବ ଓ ମହିଳା ସଂଗଠନକୁ ସୁଦୃଢ଼ କରିବାକୁ ଗୁରୁତ୍ୱ ଦିଆଯାଇଛି । ଆମେ ଯେଉଁ ତରିକା ପ୍ରସ୍ତୁତ କରିଛୁ; ତାହା ସୁପ୍ରିମୋଙ୍କୁ ଜଣାଇଲୁ । ନବୀନ ବାବୁ ଖୁସି ହୋଇ ସେହି ତରିକା ଅନୁସାରେ କାର୍ଯ୍ୟ କରିବାକୁ କହିଥିବା କହିଛନ୍ତି ପ୍ରମିଳା । ବିଜେଡି ଏକ ବିରାଟ ଦଳ; ଜଣେ ଗଲେ ଆଉ ୧୦ ଜଣ ଆସିବେ । ଆଗକୁ ବହୁତ ଲୋକ ବିଜେଡିକୁ ଫେରିବେ ବୋଲି ପ୍ରମିଳା ମଲ୍ଲିକ୍ କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଆଜି ସକାଳେ ପ୍ରମିଳା ମଲ୍ଲିକଙ୍କ ବାସଭବନରେ ଯାଜପୁର ନେତାଙ୍କ ବୈଠକ ବସିଥିଲା ।



