ଦୁର୍ଘଟଣାମୁଖ୍ୟ ଖବର

ପୋଖରୀରେ ବୁଡି ୨ ନାବାଳିକାଙ୍କ ମୃତ୍ୟୁ, ଦିଗପହଣ୍ଡିରେ ଶୋକ

ଗଞ୍ଜାମ: ଦିଗପହଣ୍ଡି ବ୍ଲକରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଦିଗପହଣ୍ଡିରେ ବ୍ଲକର କୁସପଡା ପଞ୍ଚାୟତ ଅଧୀନ ପତାଣ୍ଡ ଗ୍ରାମରେ ମଙ୍ଗଳବାର ପୋଖରୀରେ ବୁଡି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ମୀନାନି ଦୋରା (୧୨) ଓ ଏସ୍ ପ୍ରାଞ୍ଜଳି ଦୋରା। ସେମାନେ ଉଭୟେ ୭ମ ଶ୍ରେଣୀର ଛାତ୍ରୀ ଥିଲେ।

ସୂଚନା ଅନୁଯାୟୀ, ଦୁଇଜଣ ଛାତ୍ରୀ ଗ୍ରାମର ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଅସାବଧାନତାରୁ ପାଦ ଖସି ପାଣିରେ ବୁଡିଯାଇଥିଲେ।

ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ଲୋକମାନେ ଏହାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

Show More

Related Articles

Back to top button