Breaking PLUSଓଡ଼ିଶାମୁଖ୍ୟ ଖବର
୭ ଦିନିଆ ରିମାଣ୍ଡରେ ଗଲା ରାଜା ସାହାଣୀ

ଭୁବନେଶ୍ୱର, 9 ଏପ୍ରିଲ- ଆଜିଠୁ ୭ ଦିନିଆ ରିମାଣ୍ଡରେ ଗଲା କୁଖ୍ୟାତ ଅପରାଧୀ ରାଜା ସାହାଣୀ। ଚୌଦ୍ୱାର ଜେଲରୁ ରିମାଣ୍ଡରେ ନେଲା ବେଙ୍ଗାଲୁରୁ ପୋଲିସ। କର୍ଣ୍ଣାଟକ ବେଙ୍ଗାଲୁରୁରେ ୨୦ କୋଟି ଟଙ୍କାର ଅଳଙ୍କାର ଲୁଟ ଘଟଣାର ତନାଘନା ପାଇଁ ରାଜା ସାହାଣୀକୁ ରିମାଣ୍ଡରେ ନେଇଛି କର୍ଣ୍ଣାଟକ ପୋଲିସ।
ବୁଧବାର ଯାଜପୁର ଜିଲା ପାଣିକୋଇଲି ପୁଲିସ ଦିନିକିଆ ରିମାଣ୍ଡରେ ନେଇ ଜେରା କରିଛି। ୨୦୨୫ ଜାନୁଆରୀ ୪ରେ ରାଜା ସାହାଣୀ ଯାଜପୁର ଜିଲା ପାଣିକୋଇଲିରେ ଅଳଙ୍କାର ଲୁଟ୍ ଓ ଦୁଇଜଣଙ୍କୁ ହତ୍ୟା ଘଟଣାରେ ସେଠାକାର ପୁଲିସ ତାକୁ ଗିରଫ କରି ଚୌଦ୍ବାର ଜେଲ ପଠାଇଥିଲା। ଚୌଦ୍ବାର ଜେଲରେ କିଛିଦିନ ରହିବା ପରେ ରାଜା ଓ ସହଯୋଗୀ ମଧୁକାନ୍ତ ରାଣା ଫେରାର ହୋଇଯାଇଥିଲେ। ଫେରାର ପରେ ରାଜା କର୍ଣ୍ଣାଟକର ଏକ ଅଳଙ୍କାର ଦୋକାନରୁ ପାଖାପାଖି ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଓ ହୀରା ଅଳଙ୍କାର ଲୁଟ୍ କରିଥିଲା।
କର୍ଣ୍ଣାଟକ ପୁଲିସ ତଦନ୍ତ ବେଳେ ରାଜା ସହ ଏକାଧିକ ବ୍ୟକ୍ତି ସାମିଲ ଥିବା ଜାଣିବାକୁ ପାଇଥିଲା।



