Breaking PLUSଦେଶମୁଖ୍ୟ ଖବର
ଛତିଶଗଡ଼ର ଏକ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ; ୯ ମୃତ, ୧୫ ଆହତ

ଛତିଶଗଡ଼ : ଛତିଶଗଡ଼ର ଏକ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ; ୯ ମୃତ, ୧୫ ଆହତ` ହୋଇଛନ୍ତି । ଶକ୍ତି ଜିଲ୍ଲାରେ ଥିବା ଏକ ଘରୋଇ କମ୍ପାନୀ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ ଘଟିଛି ।
ଛତିଶଗଡ଼ର ଏକ ପାୱାର ପ୍ଲାଣ୍ଟରେ ମଙ୍ଗଳବାର ବିସ୍ଫୋରଣ ଘଟି ବଡ ଅଘଟଣ ଘଟିଛି। ଏଥିରେ ଏଯାଏଁ ୯ ଜଣଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି। ଏହାସହ ୧୫ ଜଣ ଆହତ ହୋଇଛନ୍ତି। ଶକ୍ତି ଜିଲାରେ ଥିବା ଏକ ଘରୋଇ କମ୍ପାନୀ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ ଘଟିଛି। ବଏଲର ବିସ୍ଫୋରଣ ହେବାରୁ ଏହି ଅଘଟଣ ଘଟିଥିବା ନେଇ ସୂଚନା ମିଳିଛି। ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଓ ତଦନ୍ତ ଆରମ୍ଭ କରିଛନ୍ତି।



