ମୁଖ୍ୟ ଖବରରାଜନୀତି

ଆମ୍ବେଦକର ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଖାରବେଳ ନଗରରେ ହେବ ‘ଆମ୍ବେଦକର ଭବନ’

 

ଭୁବନେଶ୍ୱରର ଜୟଦେବ ଭବନରେ ବାବା ସାହେବ ଡଃ ଭୀମରାଓ ରାମଜୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱରର ଖାରବେଳ ନଗରରେ ଶୀଘ୍ର ‘ଆମ୍ବେଦକର ଭବନ’ ନିର୍ମାଣ ହେବ ବୋଲି ସେ କହିଛନ୍ତି ଏବଂ ଏହା ପାଇଁ ଡିପିଆର ପ୍ରସ୍ତୁତି ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ୍ବେଦକର କେବଳ ଏକ ବ୍ୟକ୍ତିତ୍ୱ ନୁହେଁ, ସେ ଏକ ବିଚାରଧାରା, ଯାହା ସମାନତା ଓ ନ୍ୟାୟର ପଥ ଦେଖାଏ। ସମତାମୂଳକ ସମାଜ ଗଠନ ହିଁ ତାଙ୍କ ପ୍ରତି ସର୍ବୋତ୍କୃଷ୍ଟ ଶ୍ରଦ୍ଧାଞ୍ଜଳି ବୋଲି ସେ ଉଲ୍ଲେଖ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ରାଜ୍ୟ ସରକାର ଏସ୍‌ସି ଓ ଏସ୍‌ଟି ବର୍ଗର ଉନ୍ନତି ପାଇଁ ୨୦୨୬-୨୭ ବଜେଟରେ ବିଶାଳ ପ୍ରାବଧାନ କରିଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକାକୁ ପ୍ରାଥମିକତା ଦେଇ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ଇଞ୍ଜିନିୟରିଂ ଓ ମେଡିକାଲ୍ କ୍ଷେତ୍ରରେ ନୂତନ ସଂରକ୍ଷଣ ବ୍ୟବସ୍ଥାକୁ ସେ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି।

ଖାଦ୍ୟ ସୁରକ୍ଷା ବିଷୟରେ ସେ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା’ ଯୋଜନା ମାଧ୍ୟମରେ କୋଟିକୋଟି ଲୋକ ଲାଭାନ୍ବିତ ହେଉଥିବା କଥା କହିଛନ୍ତି। ସେ ସମସ୍ତଙ୍କୁ ସମତା ଓ ସାମାଜିକ ନ୍ୟାୟ ଭିତ୍ତିକ ସମାଜ ଗଠନ ପାଇଁ ଏକତ୍ର ହେବାକୁ ଆହ୍ୱାନ କରିଛନ୍ତି।

ଏହି ଅବସରରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସଫଳ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ସମାଜର ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ମୁଖ୍ୟମନ୍ତ୍ରୀ ପୁନରୁଚ୍ଚାରଣ କରିଥିଲେ।



			
		
Show More

Related Articles

Back to top button