ମୁଖ୍ୟ ଖବରରାଜନୀତି

ସୁଭଦ୍ରା ଯୋଜନାରେ ବଡ଼ ଅପଡେଟ୍: ଆଉ ୫ ଦିନ ବଢିବ ସୁଭଦ୍ରା ଆବେଦନ ଅବଧି

 

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଅପଡେଟ୍ ଦେଇଛନ୍ତି। ସେ କହିଛନ୍ତି, ନୂଆ ହିତାଧିକାରୀଙ୍କ ପାଇଁ ପଞ୍ଜିକରଣ ଅବଧିକୁ ଆଉ ୫ ଦିନ ପର୍ଯ୍ୟନ୍ତ ବଢ଼ାଯାଇପାରେ।

ଏପ୍ରିଲ ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ନୂଆ ଯୋଗ୍ୟ ଲୋକମାନେ ଆବେଦନ କରିପାରୁଛନ୍ତି। ବର୍ତ୍ତମାନ ଆବେଦନକାରୀଙ୍କ ସଂଖ୍ୟା କମ ଥିବା ସତ୍ୱେ ସମୟ ପର୍ଯ୍ୟାପ୍ତ ରହିଛି। ବିଶେଷ କରି ଯେଉଁମାନେ ନୂଆ କରି ୨୧ ବର୍ଷ ପୂରଣ କରିଛନ୍ତି, ସେମାନଙ୍କୁ ଆବେଦନ କରିବାକୁ ଆହ୍ୱାନ ଦିଆଯାଇଛି।

ଯଦି କେତେକ ସ୍ଥାନରେ ଟେକ୍ନିକାଲ ସମସ୍ୟା ହୋଇଥାଏ, ତେବେ ସରକାର ପଞ୍ଜିକରଣ ସମୟକୁ ଆଉ ୫ ଦିନ ବଢ଼ାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସରକାରଙ୍କ ଲକ୍ଷ୍ୟ ହେଉଛି କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଏହି ଯୋଜନାରୁ ବଞ୍ଚିତ ନ ହୋନ୍ତୁ।

ଏହି ଯୋଜନା ଅନୁସାରେ, ଯୋଗ୍ୟ ହିତାଧିକାରୀମାନେ ୨୦୨୬-୨୭ ଆର୍ଥିକ ବର୍ଷରୁ ପ୍ରତିବର୍ଷ ଦୁଇଟି କିସ୍ତିରେ ମୋଟ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପାଇବେ।

 

Show More

Related Articles

Back to top button