Breaking PLUSଦେଶମୁଖ୍ୟ ଖବରରାଜନୀତି
ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ, ‘ଛାତ୍ରୋଁ କି ଗୁଞ୍ଜ’ରେ ଯୋଗଦେବେ


ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସନ୍ତା ଅକ୍ଟୋବରରେ ଓଡ଼ିଶା ଗସ୍ତରେ ଆସିବେ। ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ। ରାହୁଲଙ୍କ ଗସ୍ତ ସମୟରେ ଦଳ ପକ୍ଷରୁ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ଭକ୍ତ ଚରଣ ଦାସ କହିଛନ୍ତି, ରାହୁଲ ଗାନ୍ଧୀ ‘ଛାତ୍ରୋଁ କି ଗୁଞ୍ଜ’ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ଆସିବେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷା, ଯୁବପିଢ଼ି ଓ ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି। ରାହୁଲଙ୍କ ସହ କଂଗ୍ରେସର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସେ ସୂଚନା ଦେଇଛନ୍ତି।
ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ଶିବିରରେ ଉତ୍ସାହ ବଢ଼ିଛି। ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ଯୁବ ଓ ଛାତ୍ର ସମାଜ ସହ ଯୋଗାଯୋଗ ବଢ଼ାଇବା ଦିଗରେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱ ବହନ କରିବ ବୋଲି ଦଳୀୟ ମହଲରେ ଆଶା କରାଯାଉଛି। ତେବେ ରାହୁଲଙ୍କ ଗସ୍ତର ନିର୍ଦ୍ଦିଷ୍ଟ ତାରିଖ, ସ୍ଥାନ ଓ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ।