Breaking PLUSଓଡ଼ିଶାମୁଖ୍ୟ ଖବର

ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ

ଢେଙ୍କାନାଳ:ମୋଟଙ୍ଗା ଥାନା ଅଂଚଳରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଛି । ଟ୍ରକ ସହ ଆମ୍ବୁଲାନ୍ସ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି । ଅନ୍ୟପଟେ ଗୁରୁତର ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମୋଟଙ୍ଗା ଥାନା ଏନ୍ଏଚ୍ -୫୫ ହଳଦିଆବାହଳ ନିକଟରେ ଦୁର୍ଘଟଣା ଘଟିଛି । ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ପିଟିଥିଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ଆଟେଣ୍ଡାଣ୍ଟ ମୃତ୍ୟୁବରଣ କରିଛନ୍ତି । ସେହିପରି ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱରରେ ରୋଗୀ ଛାଡ଼ି ଅନୁଗୁଳ ଫେରୁଥିଲା ଆମ୍ବୁଲାନ୍ସ ।

Show More

Related Articles

Back to top button