Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ଭୁବନେଶ୍ବରରୁ ଆତଙ୍କୀ ଗିରଫ

ଭୁବନେଶ୍ୱର- ଭୁବନେଶ୍ବରରୁ ଆତଙ୍କୀ ଗିରଫ । ପାକିସ୍ତାନୀ ଲିଙ୍କରେ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରିଛି ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ ପୋଲିସ। ଇମାମ୍ ନାମକ ଯୁବକଙ୍କୁ ଉଠାଇ ନେଲା ଦିଲ୍ଲୀ ପୋଲିସ୍ । ଭୁବନେଶ୍ୱର କ୍ୟାପିଟାଲ୍ ଥାନା ଅଞ୍ଚଳରୁ ଗିରଫ ।
ଆତଙ୍କୀ ଲିଙ୍କରେ ଦିଲ୍ଲୀରୁ ଧରାପଡ଼ିଥିଲେ କିଛି ଯୁବକ। ଏହି ଘଟଣାରେ ଦିଲ୍ଲୀରେ ତଦନ୍ତ ପରେ ଓଡ଼ିଶା ଲିଙ୍କ୍ ଥିବା ଜଣାପଡିଥିଲା। ସନ୍ଦିଗ୍ଧ ସେଖ୍ ଇମରାନ୍ ସମ୍ପର୍କରେ ତଥ୍ୟ ପାଇଥିଲା ପୋଲିସ୍। ସେ ସୋସିଆଲ୍ ମିଡିଆରେ ଦେଶ ବିରୋଧରେ ଷଡ଼ଯନ୍ତ୍ର ରଚୁଥିଲା।
ଭୁବନେଶ୍ବର କ୍ୟାପିଟାଲ୍ ଥାନା ଅଞ୍ଚଳରୁ ଗତ ରାତିରୁ ଇମରାନ୍ ନାମକ ଯୁବକଙ୍କୁ ଉଠାଇ ନେଇଥିଲା ଦିଲ୍ଲୀ ପୋଲିସ୍। ଭୁବନେଶ୍ବରରେ ଦିଲ୍ଲୀ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ତଦନ୍ତ କରିଥିଲା। ସୋସିଆଲ୍ ମିଡିଆରେ ଦେଶ ବିରୋଧୀ ପୋଷ୍ଟ, ପାକିସ୍ତାନ ସହ ଲିଙ୍କ୍ ଭଳି ବିଭିନ୍ନ ଅଭିଯୋଗ ଇମରାନଙ୍କ ନାଁରେ ଥିଲା। ଏନେଇ ତଦନ୍ତ କରିବା ପରେ ତାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ୍।


