Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ସରଣ୍ଡା ବାଲିବା ଜଙ୍ଗଲରେ ସୁରକ୍ଷା କର୍ମୀ-ନକ୍ସଲ୍ ଗୁଳି ବିନିମୟ
ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ

କୋଇଡ଼ା: ସରଣ୍ଡା ବାଲିବା ଜଙ୍ଗଲରେ ସୁରକ୍ଷା କର୍ମୀ-ନକ୍ସଲ୍ ଗୁଳି ବିନିମୟ ଜାରି ରହିଛି । ଏହାପରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ ଜାରି କରାଯାଇ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଉଛି ।
ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୫ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଯବାନଙ୍କୁ ଚିକିତ୍ସା ପାଇଁ ରାଞ୍ଚିକୁ ଏୟାର୍ ଲିପ୍ଟିଂ କରାଯାଇଛି । ଗୁଳି ବିନିମୟରେ ୩-୪ ନକ୍ସଲ ମୃତ ଓ କିଛି ଆହତ ହୋଇଥିବା ଆଶଙ୍କା କରାଯାଉଛି ।
କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF)ର କୋବ୍ରା ବାଟାଲିଅନର ଯବାନମାନେ ଏହି ଅପରେସନରେ ସାମିଲ ଥିଲେ। ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରି ଆକ୍ରମଣ ଆରମ୍ଭ କରିଥିଲେ ଓ ପରେ ପ୍ରବଳ ଗୁଳିଗୋଳା ବର୍ଷା ହୋଇଥିଲା। ଏହି ଗୁଳି ବିନିମୟରେ ମୋଟ ୫ ଜଣ କୋବ୍ରା ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ତୁରନ୍ତ ଉଦ୍ଧାର କରି ଏୟାରଲିଫ୍ଟ ଦ୍ୱାରା ରାଞ୍ଚିକୁ ପଠାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।



