Breaking PLUSଦେଶମୁଖ୍ୟ ଖବର

ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ସଡକ ଦୁର୍ଘଟଣାରେ 8 ମୃତ, ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତ ମାନଙ୍କୁ ୫୦ ଟଙ୍କାର ଆର୍ଥିକ ସହାୟତା ଘୋଷଣା

ନୂଆଦିଲ୍ଲୀ- ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ସଡକ ଦୁର୍ଘଟଣାରେ 8ଜଣଙ୍କ ମୃତ୍ୟୁ ହୋଇଛି । ପିକଅପ୍ ଭ୍ୟାନ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିବା ସହ ସହାୟତା ଘୋଷଣା କରିଛନ୍ତି ।

ଗୁରୁବାର ସକାଳେ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ମନ୍ତ୍ରଣାଳୟମ ମଣ୍ଡଳର ଚିଲାକାଲାଡୋନା ଗାଁ ପାଖରେ ଏହି ଦୁର୍ଘଟଣା ଘଟିଥିଲା। ପିକଅପ୍ ଭ୍ୟାନ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା।

ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା, ଯେତେବେଳେ ଅନ୍ୟ ୩ ଜଣ ୟେମିଗାନୁରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଆହତମାନଙ୍କୁ ନିକଟସ୍ଥ ମେଡିକାଲକୁ ପଠାଯାଇଛି। ସେମାନେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି।

ମୃତକମାନେ କର୍ଣ୍ଣାଟକର ଚିକମାଗାଲୁରୁ ଜିଲ୍ଲାର ତୀର୍ଥଯାତ୍ରୀ ବୋଲି ସୂଚନା ମିଳିଛି। ଯେଉଁମାନେ ଶ୍ରୀ ରାଘବେନ୍ଦ୍ର ସ୍ୱାମୀଙ୍କ ଦର୍ଶନ ପାଇଁ ମନ୍ତ୍ରଣାଳୟମ ଯାଉଥିଲେ। ଘଟଣା ପରେ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।

ଆନ୍ଧ୍ରପ୍ରେଦଶର କର୍ନୁଲରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତ ମାନଙ୍କୁ ୫୦ ଟଙ୍କାର ଆର୍ଥିକ ସହାୟତା ଘୋଷଣା।

Show More

Related Articles

Back to top button