Breaking PLUSଓଡ଼ିଶାମୁଖ୍ୟ ଖବର
ଡାକ୍ତରଙ୍କ ସୁରକ୍ଷା ପାଇଁ ନିଯୁକ୍ତ ହେବେ ସିକ୍ୟୁରିଟି ଅଫିସର୍

ଭୁବନେଶ୍ୱର, 17 ଏପ୍ରିଲ- ଡାକ୍ତରଙ୍କ ସୁରକ୍ଷା ପାଇଁ ନିଯୁକ୍ତ ହେବେ ସିକ୍ୟୁରିଟି ଅଫିସର । ବିଭିନ୍ନ ଘଟଣାକୁ ନେଇ ମେଡିକାଲରେ ଡାକ୍ତର ଅସୁରକ୍ଷିତ ହୋଇପଡୁଥବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏଣିକି ଡାକ୍ତରମାନଙ୍କୁ ଜଗିବେ ସିକ୍ୟୁରିଟି ଅଫିସର ।
ଡାକ୍ତରଙ୍କ ସୁରକ୍ଷା ନେଇ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ରାଜ୍ୟର ୧୪ଟି ମେଡିକାଲ କଲେଜରେ ନିଯୁକ୍ତ ହେବେ ସିକ୍ୟୁରିଟି ଅଫିସର୍ ।
ଅତିରିକ୍ତ SP, DSP କିମ୍ବା ଡେପୁଟି କମାଣ୍ଡାଣ୍ଟ ରାଙ୍କର ଅଫିସରଙ୍କୁ ମିଳିବ ନିଯୁକ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ଇନ୍ସପେକ୍ଟର ରାଙ୍କର ଅଫିସରଙ୍କୁ ମିଳିବ ଦାୟିତ୍ୱ । ସମସ୍ତ ମେଡିକାଲ କଲେଜରେ ରହିବ ସ୍ୱତନ୍ତ୍ର ପୁଲିସ ଫାଣ୍ଡି ।



