Breaking PLUSଦେଶ ବିଦେଶମୁଖ୍ୟ ଖବର

ଇସ୍ରାଏଲ–ଲେବାନନ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି ଘୋଷଣା

ଯୁକ୍ତରାଷ୍ଟ୍ରର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ଓ ଲେବାନନ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ଲେବାନନର ରାଷ୍ଟ୍ରପତି ଜୋସେଫ ଆଉନ୍ ସହ ଆଲୋଚନା ପରେ ଏହି ସମ୍ମତି ସାଧ୍ୟ ହୋଇଛି।
ଇରାନ ସମର୍ଥିତ ସଂଗଠନ ହେଜବୋଲାହ୍‌ ବିରୋଧରେ ଇସ୍ରାଏଲ ଆକ୍ରମଣ ବଢ଼ିବା ପରେ ସୀମାଞ୍ଚଳରେ ଉତ୍ତେଜନା ତୀବ୍ର ହୋଇଥିଲା। ଏହି ପରିସ୍ଥିତିକୁ ଶମନ କରିବା ପାଇଁ ଏହି ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରାଯାଇଛି।
ଯଦିଓ ହେଜବୋଲାହ୍‌ ଏହି ସମ୍ମତିର ଔପଚାରିକ ଅଂଶ ନୁହେଁ, ତଥାପି ଇସ୍ରାଏଲ ସଂଯମ ରଖିଲେ ସେମାନେ ମଧ୍ୟ ଆକ୍ରମଣ ବନ୍ଦ କରିପାରନ୍ତି ବୋଲି ସୂଚନା ମିଳିଛି। ଯୁଦ୍ଧବିରତିର ସଫଳତା ଏହା ଉପରେ ନିର୍ଭର କରିବ ବୋଲି ଅନୁମାନ କରାଯାଉଛି।
ଏହି ପଦକ୍ଷେପକୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ସ୍ୱାଗତ କରି ଦୁଇପକ୍ଷକୁ ସ୍ଥାୟୀ ଶାନ୍ତି ଦିଗରେ ଆଗେଇବାକୁ ଆହ୍ୱାନ କରିଛନ୍ତି।

Show More

Related Articles

Back to top button