ଦୁର୍ଘଟଣାମୁଖ୍ୟ ଖବର

ଶିକୋହାବାଦ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ: ୫୦ରୁ ଅଧିକ ଦୋକାନ ପୋଡି ପାଉଁଶ

 

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାର ଶିକୋହାବାଦ ସହରରେ ଥିବା ପନିପରିବା ଓ କପଡ଼ା ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ବିପୁଳ କ୍ଷତି ସୃଷ୍ଟି ହୋଇଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୫୦ରୁ ୬୦ଟି ଦୋକାନ ଜଳି ପାଉଁଶ ହୋଇଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି। ବଜାରରେ ପାର୍କିଂ ଥିବା ଅନେକ ଗାଡ଼ି ମଧ୍ୟ ନିଆଁରେ ପୋଡି ନଷ୍ଟ ହୋଇଯାଇଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଶିକୋହାବାଦର ପରିବା ହାଟରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା। ଦେଖୁଦେଖୁ ନିଆଁ ତୀବ୍ର ହୋଇ ୫୦ରୁ ଅଧିକ ଦୋକାନକୁ ବ୍ୟାପି ଯାଇଥିଲା। ପରିବା ଦୋକାନ ସହ ଡ୍ରେସ ଦୋକାନ ମଧ୍ୟ ଏହି ଅଗ୍ନିକାଣ୍ଡରେ ପୁରାପୁରି ଧ୍ଵଂସ ହୋଇଯାଇଛି।

ଅଗ୍ନିକାଣ୍ଡ ସମୟରେ ଦୋକାନରେ ରହିଥିବା ଜିନିଷ ସହ ଟଙ୍କା ପଇସା ମଧ୍ୟ ପୋଡି ଛାରଖାର ହୋଇଯାଇଥିବା ଜଣାପଡିଛି। ଖବର ପାଇ ପୁଲିସ୍ ଓ ଦମକଳ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ନିୟନ୍ତ୍ରଣରେ ଆଣିବା ପାଇଁ ଚେଷ୍ଟା କରିଥିଲେ। ପ୍ରାୟ ୩ ଘଣ୍ଟାର କଠିନ ପରିଶ୍ରମ ପରେ ଅଗ୍ନିଶମ ଦଳ ନିଆଁକୁ ପୂରାପୁରି ନିବାଇବାରେ ସଫଳ ହୋଇଛନ୍ତି।
ଅଗ୍ନିକାଣ୍ଡର ସଠିକ୍ କାରଣ ସମ୍ପର୍କରେ ତଦନ୍ତ ଚାଲିଥିବା ବେଳେ ପ୍ରାଥମିକ ଭାବେ ସର୍ଟ ସର୍କିଟକୁ ଏହାର କାରଣ ବୋଲି ଧରାଯାଉଛି।

Show More

Related Articles

Back to top button