ଓଡ଼ିଶାମୁଖ୍ୟ ଖବର

ବାଲେଶ୍ୱରରେ ଗୋ’ମାଂସ ଫିଙ୍ଗାକୁ କେନ୍ଦ୍ର କରି ଉତ୍ତେଜନା, ରାସ୍ତା ଅବରୋଧ

ବାଲେଶ୍ୱର: ବାଲେଶ୍ୱର ସଦର ବ୍ଲକ କଷାଫଳ ମେରାଇନ ଥାନା ଅଞ୍ଚଳର ଦୁବୁଲାଗଡ଼ି-ରଙ୍ଗାମାଟିଆ ରାସ୍ତାରେ ଗୋ’ମାଂସ ପକାଯିବାକୁ କେନ୍ଦ୍ର କରି ସୋମବାର ତିବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକମାନେ ଓ ବଜରଙ୍ଗ ଦଳ କର୍ମୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।

ସୂଚନା ଅନୁଯାୟୀ, ଗତ ରବିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏହି ରାସ୍ତାରେ ଗୋ’ମାଂସ ପକାଇଥିବା ଅଭିଯୋଗ ହୋଇଛି। ଏକ ବସ୍ତା ଭିତରେ କଟା ଗୋରୁର ମୁଣ୍ଡ ମିଳିଥିବାରୁ ଅଞ୍ଚଳରେ ଆକ୍ରୋଶ ବଢ଼ିଥିଲା।

ଖବର ପାଇ ବସ୍ତା ଏସ୍‌ଡିପିଓ ମାନସ ଦେଓ ଓ ମେରାଇନ ଥାନା ଆଇଆଇସି ରଶ୍ମିରେଖା ମହାଳିକ ପୋଲିସ ଫୋର୍ସ ସହ ଘଟଣାସ୍ଥଳକୁ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।

ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖିଥିବାବେଳେ ଗୋ’ମାଂସ ଚାଲାଣରେ ଜଡିତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପ୍ରଚୁର ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ଅଞ୍ଚଳରେ ଶାନ୍ତି-ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ସଚେତନ ରହିଛି।

Show More

Related Articles

Back to top button