Breaking PLUSଓଡ଼ିଶାମୁଖ୍ୟ ଖବର
ଏସ୍ସବି ମେଡିକାଲ୍ରୁ ଶିଶୁ ନିଖୋଜ ମାମଲା, ଏସ୍ସିବି ଅଧୀକ୍ଷକଙ୍କୁ ତଦନ୍ତ ନିର୍ଦ୍ଦେଶ

କଟକ: ଏସ୍ସବି ମେଡିକାଲ୍ ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ଶିଶୁ ନିଖୋଜ ଘଟଣା । ଏସ୍ସିବି ଅଧୀକ୍ଷକଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆର୍ଡିସି ।
ଏସ୍ସିବି ମେଡିକାଲରୁ ଶିଶୁ ନିଖୋଜ ଘଟଣାରେ ଅଧୀକ୍ଷକଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆର୍ଡିସି । ତଦନ୍ତ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି । କାର୍ଯ୍ୟାନୁଷ୍ଠାନ ପରେ ଆର୍ଡିସିଙ୍କ ଅଫିସ୍କୁ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି ।
ଅସହାୟ ତଥା ମାନସିକ ଅନଗ୍ରସରଙ୍କ ଶିଶୁ ନିଖୋଜ ନେଇ ଅଭିଯୋଗ ହୋଇଥିଲା । ଗତ ୬ ବର୍ଷରେ ୧୪ ଶିଶୁଙ୍କ ପତ୍ତା ମିଳୁ ନଥିବା ଅଭିଯୋଗ ପରେ ତନାଘନା ଆରମ୍ଭ ହୋଇଛି ।



