Breaking PLUSଓଡ଼ିଶାମୁଖ୍ୟ ଖବର
ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର, 2 ମେ – ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି ନବୀନ । କେନ୍ଦୁଝର ଜିଲ୍ଲାର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ମଲ୍ଲିପୋସି ଶାଖା ସମ୍ପର୍କରେ ଚିଠି ଲେଖିଛନ୍ତି ନବୀନ । ସେ କହିଛନ୍ତି ଯେ, ବ୍ୟାଙ୍କ ଅଧିକାରୀଙ୍କର ଦାୟିତ୍ୱବୋଧତାକୁ ଲୁଚେଇବା ପାଇଁ ଚେଷ୍ଟା କରାଯାଉଛି ।
ନବୀନ କହିଛନ୍ତି ଯେ, ଏହି ଅଭାବନୀୟ ଘଟଣା ସମଗ୍ର ଓଡ଼ିଶାରେ ଜନଭାବନାକୁ ଆଘାତ ଦେଇଛି । ଏହି ଅଭାବନୀୟ ତ୍ରୁଟି ପାଇଁ କିଏ ଦାୟୀ ତୁରନ୍ତ ସ୍ଥିର କରାଯାଉ । ଏହା ଗ୍ରାମୀଣ ବ୍ୟାଙ୍କଗୁଡ଼ିକୁ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନକୁ ସହଜ କରିବ ।
ନବୀନ କହିଛନ୍ତି ଯେ, ଆପଣଙ୍କ ହସ୍ତକ୍ଷେପ ଦ୍ବାରା କୌଣସି ସ୍ଥାନରେ ଘଟଣାର ପୁନରାବୃତ୍ତି ହେବ ନାହିଁ । ନାଗରିକଙ୍କ ପ୍ରତି ଏପରି ଅମାନବୀୟ ବ୍ୟବହାର ଦେଶର ଅନ୍ୟ ସ୍ଥାନରେ ହେବନି ବୋଲି ଚିଠିରେ ଉଲ୍ଲେଖ ରହିଛି ।



