Breaking PLUSଓଡ଼ିଶାମୁଖ୍ୟ ଖବର

ମହାନଦୀ ଜଳ ବିବାଦ ମାମଲା ନେଇ ଟ୍ରିବ୍ୟୁନାଲ୍‌ରେ ଶୁଣାଣି

ଭୁବନେଶ୍ୱର, 2 ମଇ- ମହାନଦୀ ଜଳ ବିବାଦ ମାମଲା ନେଇ ଟ୍ରିବ୍ୟୁନାଲ୍‌ରେ ଶୁଣାଣି ହୋଇଛି । ମୌସୁମୀ ଓ ଅଣମୌସୁମୀରେ କେତେ ଜଳ ପ୍ରବାହିତ ଅବଗତ କରାଯାଇଛି । ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା, ଛତିଶଗଡ଼ ଅବଗତ କରିଛନ୍ତି ।

ଆପୋଷ ବୁଝାମଣା ନେଇ ବୈଷୟିକ ସ୍ତରରେ ଆଲୋଚନା କଥା ଜଣାଗଲା । ଓଡ଼ିଶା ପକ୍ଷରୁ ପକ୍ଷ ରଖିଛନ୍ତି ଏଜି ପୀତାମ୍ବର ଆଚାର୍ଯ୍ୟ । ମେ ୩୦ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ କରାଯାଇଛି ।

ଅଣ ମୌସୁମୀ ସମୟରେ ମହାନଦୀରେ ଓଡ଼ିଶାର ଆବଶ୍ୟକତା ଅନୁସାରେ ପାଣି ଛାଡିବାକୁ ଟ୍ରିବ୍ୟୁନାଲର ଅଧ୍ୟକ୍ଷଙ୍କ ନିକଟରେ  ଦାବି ରଖାଯାଇଛି l  ଖରାଦିନେ ଛତିଶଗଡ଼ ସମ୍ପୂର୍ଣ ଭାବରେ ମହାନଦୀର ଜଳ ପ୍ରବାହକୁ ରୋକି ଦେଉଛି l କଲମା ବ୍ୟାରେଜର ସମସ୍ତ ଗେଟକୁ ବନ୍ଦ କରିଦେଉଛି l ଫଳରେ ଓଡିଶା ପଟକୁ ପାଣି ଆଦୌ ଆସୁନାହିଁ l ଫଳରେ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର କମିବା ସହିତ ତଳ ମୁଣ୍ଡରେ ପିଇବା ପାଣି ଅଭାବ ସାଙ୍ଗକୁ ଜଳସେଚନରେ ସମସ୍ୟା ଦେଖା ଦେଉଛି l ମହାନଦୀରୁ ମାଛ ମାରି ବଞ୍ଚୁଥିବା ଧୀବରମାନଙ୍କ ଜୀବିକା ବି ପ୍ରଭାବିତ ହେଉଛି । ମହାନଦୀ ଉପରେ ନିର୍ଭର କରୁଥିବା ପର୍ଯ୍ୟାବରଣ ନଷ୍ଟ ହେବାରେ ଲାଗିଛି ।

Show More

Related Articles

Back to top button