ଆଇନ କାନୁନଦେଶ

ଏନଆଇଏର ସମନ୍: ପଶ୍ଚିମବଙ୍ଗରେ ନ୍ୟାୟିକ ଅଧିକାରୀ ଉତ୍ପୀଡନ ଘଟଣାରେ ତୃଣମୂଳ ନେତାଙ୍କୁ ଜେରା

କୋଲକାତା: ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର ମୋଥାବାରୀ ଅଞ୍ଚଳରେ ଭୋଟର ତାଲିକା ସଂଶୋଧନ କାମରେ ନିଯୁକ୍ତ ନ୍ୟାୟିକ ଅଧିକାରୀଙ୍କୁ ଉତ୍ପୀଡନ ଘଟଣାରେ ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ) ସ୍ଥାନୀୟ ତୃଣମୂଳ କଂଗ୍ରେସ ନେତାଙ୍କୁ ଜେରା ପାଇଁ ସମନ୍ ଜାରି କରିଛି।
ସମ୍ପୃକ୍ତ ନେତାମାନଙ୍କୁ କାଲିଆଚକ ଥାନାରେ ଉପସ୍ଥିତ ହେବାକୁ କୁହାଯାଇଛି। ସୁଜାପୁରର ପ୍ରାର୍ଥୀ ସବିନା ଯାସମିନଙ୍କ ନିର୍ବାଚନ ପ୍ରତିନିଧିଙ୍କୁ ମଧ୍ୟ ସମନ୍ ଜାରି ହୋଇଛି। ଏହାସହ ଅଞ୍ଚଳର କିଛି ତୃଣମୂଳ ନେତା ଓ କର୍ମୀଙ୍କୁ ମଧ୍ୟ ନୋଟିସ ପଠାଯାଇଛି।
ଖବର ଅନୁସାରେ, ସବିନାଙ୍କ ପ୍ରତିନିଧି ଅବ୍ଦୁଲ୍ ରହମାନ ଶନିବାର ରାତିରେ ନୋଟିସ ପାଇଥିଲେ। ସେ ମାଲଦା ଜିଲ୍ଲା ପରିଷଦର ଜଙ୍ଗଲ ଓ ଭୂମି ବିଭାଗର ଉପରିସ୍ଥ ଅଧିକାରୀ। ଏହାସହ କାଲିଆଚକ ବ୍ଲକ୍-୧ ତୃଣମୂଳ ସଭାପତି ମହମ୍ମଦ ସାରିଉଲଙ୍କୁ ମଧ୍ୟ ଥାନାରେ ହାଜିର ହେବାକୁ କୁହାଯାଇଛି।
ଗତ ମାସରେ, କଲକାତା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ନିଯୁକ୍ତ ନ୍ୟାୟାଧୀଶମାନେ ଭୋଟର ତାଲିକା ସଂଶୋଧନ କାମ କରୁଥିବାବେଳେ ସେମାନଙ୍କୁ ମୋଥାବାରୀରେ ପ୍ରାୟ ୯ ଘଣ୍ଟା ଧରି ଘେରାଉ କରାଯାଇଥିଲା ଓ ବନ୍ଦୀ ରଖାଯାଇଥିବା ଅଭିଯୋଗ ରହିଛି।
ଏହି ଘଟଣାର ତଦନ୍ତ ସୁପ୍ରିମ କୋର୍ଟ ନିର୍ଦ୍ଦେଶରେ ଏନଆଇଏକୁ ଦିଆଯାଇଛି। ଏପର୍ଯ୍ୟନ୍ତ ୫୨ ଜଣଙ୍କୁ ଗିରଫ କରାଯାଇଛି, ଯାହାଙ୍କ ମଧ୍ୟରୁ କେହି ଏନଆଇଏ ଓ କେହି ନ୍ୟାୟିକ ହିରାସତରେ ଅଛନ୍ତି।
ସମନ୍ ଜାରି ପରେ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।
ଉଲ୍ଲେଖନୀୟ, ପଶ୍ଚିମବଙ୍ଗରେ ଦୁଇ ପର୍ଯ୍ୟାୟରେ ଭୋଟ ହୋଇଥିବାବେଳେ ମେ ୪ରେ ମତଗଣନା ହେବ।

Show More

Related Articles

Back to top button