ଦେଶମୁଖ୍ୟ ଖବର

ମେ ୪ରୁ ଦେଶବ୍ୟାପୀ ‘ଅଗ୍ନି ସୁରକ୍ଷା ସପ୍ତାହ’ ପାଳନ

ନୂଆଦିଲ୍ଲୀ:କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୂନ୍ୟ ଶଲିଳ ଶ୍ରିବାସ୍ତବ ସୋମବାର ଦେଶବ୍ୟାପୀ ‘ଅଗ୍ନି ସୁରକ୍ଷା ସପ୍ତାହ’ ଆରମ୍ଭ କରିବେ। ଏହା ମେ ୪ରୁ ୧୦ ପର୍ଯ୍ୟନ୍ତ ପାଳନ କରାଯିବ ଏବଂ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ମନ୍ତ୍ରଣାଳୟଙ୍କ ସହଯୋଗରେ ଏହାକୁ ଆୟୋଜନ କରାଯାଉଛି।
ଏହି ସପ୍ତାହ ଅବଧିରେ ଅଗ୍ନିକାଣ୍ଡ ପ୍ରତିରୋଧ ଓ ସୁରକ୍ଷା ସମ୍ପର୍କିତ ସଚେତନତା ବୃଦ୍ଧି ପାଇଁ ବିଭିନ୍ନ କାର୍ୟକ୍ରମ ହେବ। ଉଦ୍‌ଘାଟନ ସମୟରେ ସ୍ୱାସ୍ଥ୍ୟ ସଂସ୍ଥାଗୁଡ଼ିକରେ ଅଗ୍ନି ସୁରକ୍ଷା ନେଇ ଏକ ପ୍ରତିଜ୍ଞା ଗ୍ରହଣ କରାଯିବ।
ସପ୍ତାହ ସାରା ସଚେତନତା କାର୍ୟକ୍ରମ ଅଭିଯାନ, ମକ୍ ଡ୍ରିଲ୍ ଓ କ୍ଷମତା ବୃଦ୍ଧି କାର୍ୟକ୍ରମ ଆୟୋଜିତ ହେବ। ସ୍ୱାସ୍ଥ୍ୟ କର୍ମଚାରୀ ଓ ପ୍ରଶାସକମାନଙ୍କୁ ଅଗ୍ନିକାଣ୍ଡ ନିରୋଧ, ଜରୁରୀ ସ୍ଥିତିରେ ପଦକ୍ଷେପ ଓ ସୁରକ୍ଷିତ ସ୍ଥାନାନ୍ତରଣ ପ୍ରକ୍ରିୟା ବିଷୟରେ ସଚେତନ କରାଯିବ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଏହି ପଦକ୍ଷେପ ରୋଗୀ, ସ୍ୱାସ୍ଥ୍ୟକର୍ମୀ ଓ ଆବଶ୍ୟକ ଢାଞ୍ଚାର ସୁରକ୍ଷାକୁ ସୁନିଶ୍ଚିତ କରିବାରେ ସହାୟକ ହେବ।
ଏହା ସହିତ, ଶିଶୁ ସ୍ୱାସ୍ଥ୍ୟ ସେବାକୁ ଶକ୍ତିଶାଳୀ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ‘ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ୟକ୍ରମ (RBSK) 2.0’ ନିର୍ଦ୍ଦେଶିକା ମଧ୍ୟ ଜାରି କରିଛି। ଏହି ନୂତନ ନିର୍ଦ୍ଦେଶିକାରେ ଜନ୍ମଜାତ ତ୍ରୁଟି, ରୋଗ, ପୋଷଣ ଅଭାବ ଓ ବିକାଶ ଡେରି ସହିତ ନୂଆ ସ୍ୱାସ୍ଥ୍ୟ ସମସ୍ୟାମାନଙ୍କୁ ମଧ୍ୟ ଗ୍ରହଣ କରାଯାଇଛି।

Show More

Related Articles

Back to top button