Breaking PLUSଦେଶମୁଖ୍ୟ ଖବର

ମିଶନ ଦୃଷ୍ଟି: ଯୁବ ନବୀନତାର ଦୃଢ଼ ପ୍ରମାଣ — ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ‘ମିଶନ ଦୃଷ୍ଟି’କୁ ଭାରତର ଅନ୍ତରିକ୍ଷ ଯାତ୍ରାରେ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ବୋଲି ବର୍ଣ୍ଣନା କରି, ଦେଶର ଯୁବଶକ୍ତିର ନବୀନତା ଓ ଜାତି ଗଠନ ପ୍ରତି ଉତ୍ସାହକୁ ପ୍ରଶଂସା କରିଛନ୍ତି।
ସୋସିଆଲ୍ ମିଡିଆରେ ଏକ ପୋଷ୍ଟରେ ସେ କହିଛନ୍ତି ଯେ, ଗ୍ୟାଲାକ୍ସିଆଇ ଦ୍ୱାରା ‘ମିଶନ ଦୃଷ୍ଟି’ର ସଫଳ ଲଞ୍ଚ ଭାରତର ଦ୍ରୁତଗତିରେ ବଢ଼ୁଥିବା ପ୍ରଯୁକ୍ତିକ ଦକ୍ଷତାକୁ ପ୍ରକାଶ କରୁଛି। ସେ ଏହାକୁ ବିଶ୍ୱର ପ୍ରଥମ ଅପ୍ଟୋସାର (OptoSAR) ଉପଗ୍ରହ ଓ ଭାରତର ସବୁଠାରୁ ବଡ଼ ବେସରକାରି ଭାବେ ତିଆରି ଉପଗ୍ରହ ବୋଲି ଉଲ୍ଲେଖ କରିଛନ୍ତି।
ବେଙ୍ଗାଳୁରୁ ଭିତ୍ତିକ ଷ୍ଟାର୍ଟଅପ୍ GalaxEye ତାଙ୍କର ପ୍ରଥମ ବାଣିଜ୍ୟିକ ଉପଗ୍ରହ ‘ଦୃଷ୍ଟି’କୁ ଫାଲକନ ୯ ରକେଟ୍‌ ମାଧ୍ୟମରେ କକ୍ଷପଥରେ ପ୍ରୋକ୍ଷେପଣ କରିଛି।
ଏହି ଉପଗ୍ରହ ପ୍ରାୟ ୧୯୦ କିଲୋଗ୍ରାମ ଓଜନର ଥିବା ସହିତ ଏହା ଇଲେକ୍ଟ୍ରୋ-ଅପ୍ଟିକାଲ୍ (EO) ଓ ସିନ୍ଥେଟିକ୍ ଆପର୍ଚର୍ ରେଡାର୍ (SAR) ପ୍ରଯୁକ୍ତିକୁ ଏକାଠି କରିଥିବା ବିଶ୍ୱର ପ୍ରଥମ ଉପଗ୍ରହ। ଏହା ଦିନ-ରାତି ଓ ସମସ୍ତ ପରିସ୍ଥିତିରେ ଚିତ୍ର ଧରିବାର କ୍ଷମତା ରଖେ।
ପ୍ରଧାନମନ୍ତ୍ରୀ ଏହି ସଫଳତା ପାଇଁ ଗ୍ୟାଲାକ୍ସିଆଇ ଦଳକୁ ଅଭିନନ୍ଦନ ଜଣାଇ ଏହାକୁ ଭାରତର ଅନ୍ତରିକ୍ଷ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ବୋଲି କହିଛନ୍ତି।

Show More

Related Articles

Back to top button