ଓଡ଼ିଶାମୁଖ୍ୟ ଖବରରାଜନୀତି

ତାମିଲନାଡୁରେ ପରାଜୟ ପରେ ଷ୍ଟାଲିନଙ୍କ ଇସ୍ତଫା

ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭା ନିର୍ବାଚନରେ ପରାଜୟ ପରେ ଏମକେ ଷ୍ଟାଲିନ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରiଙ୍କ କାର୍ଯ୍ୟାଳୟକୁ ପଠାଯାଇଥିବା ସୂଚନା ମିଳିଛି।

ଏପ୍ରିଲ ୨୩ରେ ହୋଇଥିବା ନିର୍ବାଚନରେ ଅଭିନେତା ବିଜୟଙ୍କ ନେତୃତ୍ୱରେ ଟିଭିକେ ଦଳ ଶାସକ ଡିଏମକେକୁ ପରାସ୍ତ କରିଥିଲା। ଏହି ପରାଜୟ ପରେ ଷ୍ଟାଲିନ ପଦ ଛାଡି ନୂତନ ସରକାର ଗଠନ ପାଇଁ ପଥ ସୁଗମ କରିଛନ୍ତି।

ପରାଜୟ ସତ୍ତ୍ୱେ ଷ୍ଟାଲିନ ନିର୍ବାଚନ ଫଳାଫଳକୁ ସ୍ୱୀକାର କରି ଡିଏମକେକୁ ସମର୍ଥନ କରିଥିବା ସମସ୍ତ ମତଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ମିଳିଥିବା ପ୍ରତ୍ୟେକ ଭୋଟ ତାଙ୍କ ପାଇଁ ଲୋକଙ୍କ ଭରସାର ପ୍ରତୀକ।

ଏହି ନିର୍ବାଚନରେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ଫଳାଫଳ କୋଲାଥୁର ଆସନରେ ଦେଖିବାକୁ ମିଳିଥିଲା, ଯେଉଁଠାରେ ଟିଭିକେ ପ୍ରାର୍ଥୀ ଭିଏସ୍‌ ବାବୁ ଷ୍ଟାଲିନଙ୍କୁ ୮,୭୯୫ ଭୋଟରେ ପରାସ୍ତ କରିଥିଲେ। ଟିଭିକେ ୩୨%ରୁ ଅଧିକ ଭୋଟ ପାଇଥିବା ବେଳେ ଡିଏମକେ ଓ ଏଆଇଏଡିଏମକେ କ୍ରମେ କମ୍ ଭୋଟ ହାସଲ କରିଥିଲେ।

Show More

Related Articles

Back to top button