Breaking PLUSଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟଭକ୍ତି

ଜଗନ୍ନାଥ ସଂସ୍କୃତି ପ୍ରଚାର ପାଇଁ ସ୍ୱତନ୍ତ୍ର ଟିଭି ଚ୍ୟାନେଲ୍ ଆଣିବେ ଓଡ଼ିଶା ସରକାର

ଭୁବନେଶ୍ୱର: ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକ ବାର୍ତ୍ତାକୁ ବିଶ୍ୱବ୍ୟାପୀ ପ୍ରଚାର କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ସ୍ୱତନ୍ତ୍ର ଟିଭି ଚ୍ୟାନେଲ୍ ଆରମ୍ଭ ପାଇଁ ପଦକ୍ଷେପ ନେଇଛନ୍ତି। ଏନେଇ ଲୋକସେବା ଭବନରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ ପ୍ରସ୍ତାବିତ ‘ଜଗନ୍ନାଥ ଟିଭି ଚ୍ୟାନେଲ୍’ର ରୂପରେଖା ଓ କାର୍ଯ୍ୟପଦ୍ଧତି ନେଇ ଆଲୋଚନା ହୋଇଥିଲା। ଏହି ଚ୍ୟାନେଲ୍‌ରେ ଶ୍ରୀମନ୍ଦିରର ଦୈନିକ ନୀତିକାନ୍ତି, ପର୍ବପର୍ବାଣୀ, ରଥଯାତ୍ରା ସହ ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟକୁ ପ୍ରସାରଣ କରାଯିବ।
ଆଇନମନ୍ତ୍ରୀ କହିଛନ୍ତି, ଏହି ଚ୍ୟାନେଲ୍ ଜଗନ୍ନାଥ ସଂସ୍କୃତିକୁ ବିଶ୍ୱ ମଞ୍ଚରେ ପହଞ୍ଚାଇବା ସହ ଗବେଷଣା, ଆଲୋଚନା ଓ ଭକ୍ତିଭାବକୁ ଆହୁରି ସୁଦୃଢ଼ କରିବ। ଏହା ପାଇଁ ଖୁବ ଶୀଘ୍ର ଏକ ବିସ୍ତୃତ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ବୈଠକରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ଼ା. ଅରବିନ୍ଦ କୁମାର ପାଢ଼ୀଙ୍କ ସହ ଆଇନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଚ୍ୟାନେଲ୍‌ରେ ଭକ୍ତି, ସଂସ୍କୃତି, ଶିକ୍ଷା ଓ ମନୋରଞ୍ଜନର ସମନ୍ୱୟ ଉପରେ ମତାମତ ଦେଇଥିଲେ।

Show More

Related Articles

Back to top button