Breaking PLUSଦେଶମୁଖ୍ୟ ଖବରରାଜନୀତି

ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ସଞ୍ଜୀବ ଆରୋରାଙ୍କ ଘରେ ଇଡି ଚଢ଼ାଉ

ଚଣ୍ଡିଗଡ଼: ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ସଞ୍ଜୀବ ଆରୋରାଙ୍କ ସରକାରୀ ବାସଭବନ ସହ ଅନ୍ୟାନ୍ୟ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକକାଳୀନ ଚଢ଼ାଉ କରିଛି। ଏହାକୁ ନେଇ ପଞ୍ଜାବ ରାଜନୀତିରେ ଚର୍ଚ୍ଚା ବଢ଼ିଛି।
ସକାଳ ପ୍ରାୟ ୭ଟା ସମୟରେ ଇଡି ଅଧିକାରୀମାନେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚଣ୍ଡିଗଡ଼ ସେକ୍ଟର-୨ ସ୍ଥିତ ବାସଭବନରେ ପହଞ୍ଚିଥିଲେ। ପିଏମଏଲଏ ଆଇନ ଅନୁଯାୟୀ ଏହି ସର୍ଚ୍ଚ ଅପରେସନ ଚାଲିଥିବା ଜଣାପଡ଼ିଛି।
ଇଡି ଚଣ୍ଡିଗଡ଼ ଓ ଦିଲ୍ଲୀ-ଏନସିଆରରେ ସଞ୍ଜୀବ ଆରୋରା ଏବଂ ତାଙ୍କ ସହଯୋଗୀଙ୍କ ସମ୍ପର୍କିତ ଚାରିଟି ସ୍ଥାନରେ ତଦନ୍ତ କରୁଛି। ସେହିପରି ମୋହାଲିର ଖରାର ଅଞ୍ଚଳରେ ମଧ୍ୟ ଦୀର୍ଘ ସମୟ ଧରି ଚଢ଼ାଉ ଚାଲିଥିଲା।
ସୂତ୍ର ଅନୁଯାୟୀ, ଇଡି ଅଧିକାରୀମାନେ କିଛି ଦଲିଲ ଓ ବ୍ୟାଗ ଜବତ କରିଥିବା ଜଣାପଡ଼ିଛି। ତେବେ ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ କିମ୍ବା ଜବତ ସମ୍ପର୍କରେ ଆଧିକାରିକ ସୂଚନା ମିଳିନାହିଁ।

Show More

Related Articles

Back to top button