Breaking PLUSଓଡ଼ିଶାମୁଖ୍ୟ ଖବର

ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ- ଆଇନ୍ ମନ୍ତ୍ରୀ

ଘଟଣାରେ 5 ଗିରଫ, 2 ଅଟକ

ଭୁବନେଶ୍ୱର, 9 ମେ- ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି ।ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ କହିଛନ୍ତି ଆଇନ୍ ମନ୍ତ୍ରୀ ।

ସୌମ୍ୟ ରଂଜନଙ୍କୁ ଭିଡ ହତ୍ୟା ମାମଲାରେ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ କହିଛନ୍ତି ଯେ, ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ  । ଅପରାଧୀଙ୍କ ପ୍ରତି ଆଭିମୁଖ୍ୟ ଆହୁରି କଡ଼ା ରହିବ । ରାଜ୍ୟରେ ଦଣ୍ଡବିଧାନ ହାର ବଢ଼ିଛି, ଦୈନିକ ରିପୋର୍ଟ ନିଆଯାଉଛି । ଆଗକୁ ଯେମିତି ଏଭଳି ଘଟଣା ନ ଘଟିବ ସରକାର ତତ୍ପର ଅଛନ୍ତି । ଅପରାଧୀଙ୍କ ପ୍ରତି ଆଭିମୁଖ୍ୟ ଆହୁରି କଡ଼ା ରହିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ବାଲିଅନ୍ତା GRP କନଷ୍ଟେବଲ୍ ସୌମ୍ୟ ହତ୍ୟା ମାମଲାରେ ଆଉ ୨ ଅଟକ । ବେଣୁପୁର ଗାଁର ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ମାମଲାରେ ପୂର୍ବରୁ ୫ ଜଣଙ୍କୁ ଗିରଫ କରିଛି ପୋଲିସ ।

Show More

Related Articles

Back to top button