Breaking PLUSଦେଶମୁଖ୍ୟ ଖବରରାଜନୀତି

ପଶ୍ଚିମବଙ୍ଗର ପ୍ରଥମ ବିଜେପି ସରକାରକୁ କେନ୍ଦ୍ରର ବଡ଼ ଉପହାର, ଜଳ ଜୀବନ ମିଶନରେ ମିଳିବ ୨୭୦୦ କୋଟି

କୋଲକାତା: ପଶ୍ଚିମବଙ୍ଗରେ ପ୍ରଥମଥର ପାଇଁ ଗଠିତ ବିଜେପି ସରକାର ଶନିବାର ଠାରୁ କାର୍ଯ୍ୟଭାର ଗ୍ରହଣ କରିବ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ନୂଆ ସରକାରକୁ କେନ୍ଦ୍ର ସରକାର ପକ୍ଷରୁ ବଡ଼ ଉପହାର ମିଳିଛି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ‘ଜଳ ଜୀବନ ମିଶନ’ ଅଧୀନରେ ରାଜ୍ୟ ପାଇଁ ୨୭୦୦ କୋଟି ଟଙ୍କା ମଞ୍ଜୁର କରିଛି।
ସୂଚନା ଅନୁଯାୟୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମଝୌତା ସ୍ମାରକପତ୍ର ସ୍ୱାକ୍ଷର ହେବା ପରେ ଏହି ଅର୍ଥରାଶି ରାଜ୍ୟ କୋଷକୁ ଆସିବ। ପୂର୍ବତନ ତୃଣମୂଳ କଂଗ୍ରେସ ସରକାର ସମଝୌତାର କିଛି ସର୍ତ୍ତ ମାନିନଥିବାରୁ ଗତ ଦୁଇ ବର୍ଷ ଧରି ଏହି ଟଙ୍କା ଅଟକି ରହିଥିଲା।
ନିକଟରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ଓ ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ବିଭାଗ ମଧ୍ୟରେ ବୈଠକ ପରେ ସମସ୍ୟାର ସମାଧାନ ହୋଇଥିବା ଜଣାପଡ଼ିଛି।
ଏହା ସହିତ ରାଜ୍ୟରେ ‘ଆୟୁଷ୍ମାନ ଭାରତ’ ଯୋଜନା କାର୍ଯ୍ୟକରୀ କରିବାକୁ ମଧ୍ୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି।

Show More

Related Articles

Back to top button